STORYMIRROR

Puspanjali Panda

Abstract

3  

Puspanjali Panda

Abstract

((ଶକ୍ତି))

((ଶକ୍ତି))

1 min
286

ଶକ୍ତି ମୁଁ ,ପ୍ରକୃତି ମୁଁ,

ସର୍ବଂସହା ଧରିତ୍ରୀ ମୁଁ

ମୁଁ ଜନନୀ, ଭଗିନୀ, ଜାୟା

ମହା ତେଜପୁଞ୍ଜ ମହାମାୟା,

ମୁଁ ଓଁ ବୀଜ ଆଦିମାତା

ମୁଁ ଦେବ ମାନବ ବନ୍ଦିତା

ମୁଁ ସୃଷ୍ଟି ସୃଜନ ଶତରୂପା

ମୁଁ ଶତୃସଂହାରିଣୀ ବହୁରୂପା

 ମୁଁ ଅର୍ଦ୍ଧଭୁକ୍ତା ଅର୍ଦ୍ଧାଙ୍ଗିନୀ 

ମୁଁ ଶାନ୍ତ ସଲୀଳା ମନ୍ଦାକିନୀ

ମୁଁ ନାରୀ ଦୟା କ୍ଷମାଧ୍ୟାତ୍ରୀ

ମୁଁ ନାରୀ ଧ୍ୱଂସ ପ୍ରଳୟକର୍ତ୍ରୀ

ମୁଁ ପ୍ରେମଶୀଳା ପ୍ରେମମୟୀ

ମୁଁ ଶାନ୍ତି ପ୍ରଦାୟିନୀ, କରୁଣାମୟୀ

ମୁଁ ନାରୀ,ଶୁଭ କଲ୍ୟାଣୀ 

ମୁଁ ଜଗଜ୍ଜନନୀ ସର୍ବାଣୀ

ମାୟା ,ଯୋଗମାୟା ମୁଁ

ସର୍ବ ଜନ ପ୍ରିୟା ମୁଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract