STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଶକ୍ତି ସ୍ବରୂପା ମା

ଶକ୍ତି ସ୍ବରୂପା ମା

1 min
331


ଶୁଣ ଶକ୍ତିରୂପା ଦିଅ ଧ୍ୟାନ ଥରେ

   ଓଡ଼ିଆ ଅବସ୍ଥା ଦେଖ,

ଶିକ୍ଷା ଅଭାବରୁ ରୋଦନ କରନ୍ତି

  ଶାରଦା ଥରେଟି ଦେଖ।


ମାତୃଭାଷା ଶିକ୍ଷା ନମିଳେ ଏଠାରେ

  କିପରି ରାଜ୍ୟ ଟି ଏହୁ

ଦ୍ବିତୀୟ ଭାଷା ଟି ରାଜ୍ୟ ମାନଚିତ୍ରେ

  ବହିର ବ୍ୟବସ୍ଥା ରହୁ।


ଥିଲା ଏହୁ ଭୂମି ଉତ୍କଳର ପରା

  ଧ୍ୟାନେ ଜଗମାୟା ଦେଖ,

ଓଡ଼ିଆର ଭାଷୀ ଦୁଃଖିତ ଟି ଅତି

  ଯନ୍ତ୍ରଣା ତାଙ୍କରି ଦେଖ।


ତିନି ଜିଲ୍ଲା ହେଲା ସିଂହଭୂମ ଏବେ

  ଓଡ଼ିଆ ଙ୍କ ଏହୁ ଭୂମି,

ଓଡ଼ିଆ ସମ୍ମାନ ମାତୃଭାଷା ଶିକ୍ଷା

  ପାଇବ କିପରି ଭୂମି।


ଶିକ୍ଷା ସମସ୍ୟାର ହେଉ ସମାଧାନ

  ଆସିଛୁ ମା ମୃତ୍ୟୁ ଲୋକେ,

ତବ ଶକ୍ତି ବଳୁ ଶିକ୍ଷାର ପ୍ରଦୀପ

  ମିଳୁ ଓଡ଼ିଆର ଲୋକେ।


ମିଳୁ ଓଡ଼ିଆରେ ଓଡ଼ିଆର ବହି

  କର ମା ବ୍ୟବସ୍ଥା ଏଠି,

ଓଡ଼ିଆ ଶିକ୍ଷକ ଛାତ୍ରଛାତ୍ରୀ ପାଇଁ

  ବ୍ୟବସ୍ଥା କର ମା ଏଠି।


ଶିକ୍ଷା ମାତୃଭାଷା ଅଧିକାର ଆମ

  ଅଧିକାର ମିଳୁ ଏଠି,

ତବକୃପା ବଳୁ ସମ୍ଭବ ହେବ ମା

  କୃପା ଦୃଷ୍ଟି ପଡୁ ଏଠି।


ଦଶହରା ପରା ବିଜୟାଦଶମୀ

  ଓଡ଼ିଆ କାହିଁ ବିଜୟ

ଜନନୀର ଭାଷା ମାତୃଭାଷା ଆମ

  କାହିଁ ସେ ଆଜି ବିଜୟ ।


ବିଚ୍ଛିନ୍ନାଞ୍ଚଳରେ ଧ୍ୟାନ ପଡୁ ମାଆ

  ଓଡ଼ିଆ ରେ ଶିକ୍ଷା ମିଳୁ,

ମାତୃଭାଷା ଆମ ଓଡ଼ିଆ ଭାଷାଟି

  ଭାଷାର ସୁବିଧା ମିଳୁ ।


ନବଦୁର୍ଗାଙ୍କରେ ବିଶ୍ୱାସ ରହିଛି

  ଇଷ୍ଟଦେବୀ ପରା ଆମ,

ଜନନୀ ଭାଷାର ଶିକ୍ଷାମିଳୁ ଏଠି

  କରିବେ କରୁଣା ଆମ।


ପ୍ରଜ୍ବଳିତ ହେଉ ଓଡ଼ିଆ ର ଭାଷା

  ଓଡ଼ିଆ ରେ ଶିକ୍ଷା ମିଳୁ,

ମିଳୁ ଅଧିକାର ଶିକ୍ଷା ଓ ଶାସନେ

  ଓଡ଼ିଆ ଗୌରବ ମିଳୁ।


ଭକ୍ତିରେ କରିଲୁ ନବଦୁର୍ଗା ପୂଜା

  ଇଷ୍ଟଦେବୀ ଙ୍କ ଚରଣେ,

ଦଶହରା ଓ ବିଜୟାଦଶମୀରେ

  ଦେବେ ଶିକ୍ଷାରତ୍ନ ଜାଣେ।


ମନବାଞ୍ଚା ପୂର୍ଣ୍ଣ କର ଇଷ୍ଟଦେବୀ

  ଓଡ଼ିଆ ରେ ଶିକ୍ଷା ମିଳୁ,

ନିରାଶ ନକର ଜଗମାୟା ତୁମେ

  ମାତୃଭାଷା ଶିକ୍ଷା ମିଳୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract