Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Children

3  

Sudeshna Pradhan

Fantasy Inspirational Children

ସହିଯାଅ ସବୁ

ସହିଯାଅ ସବୁ

1 min
205


ଦୁନିଆଟା ଅଟେ ରଙ୍ଗମଞ୍ଚ ପରି,     

 କେବେ ଦୁଃଖ ପୁଣି କେବେ ଖୁସି ଭରି, 

  ସହିଯାଅ ସବୁ ମନରେ ନ ଧରି |


     କେବେ ବାପାମାଆର ମିଠା କଷା ଗାଳି, 

    ଗୁରୁଜୀ ଗୁରୁମାଙ୍କ ତାଗିଦ ଦାରୀ,  

     ସହିଯାଅ ସବୁ କିଛି ତୁମ ଉପକାରୀ | 


  କେବେ ଜେଜେମାଙ୍କ ଅସହ୍ୟ କଟକଣା, 

  କେବେ ପୁଣି ସାଙ୍ଗସାଥି ବିରହ ଯନ୍ତ୍ରଣା,  

  ସହିଯାଅ ସବୁକିଛି ନ କର ମନ ଉଣା |   

 

କେବେ ଯିବ ପୁଣି ବାପାମାଆ ଛାଡି,   

  ଶାଶୁ ଶ୍ୱଶୁରଙ୍କ ସବୁକଥା ମାନି,   

   ସହିଯାଅ ସମସ୍ତଙ୍କୁ ଆପଣା ମଣି |  


   କେବେ ଝିଅ ବୋଲି ନିୟମ ବନ୍ଧନ, 

   ସ୍ୱାମୀଙ୍କର ସେବା ସହ ସଂସାର ଗଞ୍ଜଣ, 

   ସହିଯାଅ ସବୁ ପଛେ ହେବ ସୁଖ ଜାଣ |


ଘରକରଣରେ ବାହୁନା ବାହୁନି,  

 ଯେତେ ଯାହାକଲେ ମଧ୍ୟ ପ୍ରଶଂସା ମିଳେନି, ସହିଯାଅ ସବୁ କିଛି ପାଟିକୁ ଖୋଲନି | 

 

   ନିଜ ସନ୍ତାନଙ୍କ କେତେ ଅଳି ଅର୍ଦଳୀ, 

   ପୂରଣ ହୁଏନି ମିଛେ ହୁଏ ଭାଳି,   

    ସହିଯାଅ ସବୁ ନିଜ ଶିରେ କର ମାରି |  


  ପୁଅ ରୂପେ କେବେ ବାପାଙ୍କ ଝିଙ୍ଗାସା, 

  କେବେପୁଣି ପତିରୂପେ ପତ୍ନୀର ଖିଂଗାସା, 

  ସହିଯାଅ ସବୁ ତାଙ୍କୁ ଦେଇ ମନେ ଆଶା |


ପିତାରୂପେ ପୁଣି କେତେ ମାନ ଅଭିମାନ,  

କେତେ ଦାବିଦାର କରନ୍ତି ସନ୍ତାନ,      

 ସହିଯାଅ ସବୁ ରଖି ନିଜର ସମ୍ମାନ |     


 ଘରର ବାହାରେ କେତେ ସାହି ଭାଇ,    

ଭଲ ହେଲେ ନ ସହି ଦେବେ କେତେ କହି, ସହିଯାଅ ତୁମେ କିନ୍ତୁ କିଛି କୁହନାହିଁ |


   ସମୟ ଯେ ଏଠି ଅଟେ ବଳବାନ, 

    ସହିଗଲେ ସମୟ ହିଁ କରିବ ସମାଧାନ, 

    ତେଣୁ କରି ସହିଯାଅ ଆହେ ଗଣ୍ୟମାନ |


Rate this content
Log in

Similar oriya poem from Fantasy