STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଶିଶୁମାନଙ୍କ ଶିକ୍ଷା

ଶିଶୁମାନଙ୍କ ଶିକ୍ଷା

1 min
301


ଶିଶୁ ଈଶ୍ୱରଙ୍କ କ୍ଷୁଦ୍ର ସଂସ୍କରଣ ସରଳ ବି ନିଷ୍କପଟ

ଦରୋଟି କଣ୍ଠରେ ମଧୁବୋଳା ବାଣୀ ସଭିଙ୍କୁ କରେ ଆକୃଷ୍ଟ।


ପଡି ଉଠି ଚାଲେ ଠୁକୁଠୁକୁ ଚାଲି ମନମୋହକ ଚାହାଣୀ

ଦରୋଟି ହସର ଅପୂର୍ବ ମହକ ସମସ୍ତଙ୍କୁ ନିଏ ଟାଣି।


ଶୈଶବ ପୌଗଣ୍ଡ ଅତିକ୍ରମି ଶିକ୍ଷା ଆଡକୁ ହୁଏ ଆକୃଷ୍ଟ

ବସ୍ତାନି ବୋଝରେ ବିଳପେ ଶୈଶବ ପାଠ ସାଜେ ମହା କଷ୍ଟ ।


ନୀତି ନିୟମର ନିଗଡରେ ତା'ର ସ୍ୱାଧୀନତା ହୁଏ ଲୋପ

ମାଟି ଖାଇ ଗୋଗୋଷ୍ଠରେ ବଢୁଥିଲେ ନନ୍ଦ ପୁଅ ସିନା ଗୋପ।


ପିତା ମାତାଙ୍କର ମହତ୍ତ୍ଵାକାଂକ୍ଷାର ଶିକାର ହୁଏ ଶୈଶବ

ସଂସାର ସଂସ୍କୃତି ଚୁଲିକି ଗଲାଣି ବଡ ଲୋକ ହେବା ଆଗ।


ଏ ଦେଶର ଶିଶୁ ଶ୍ରମିକ ସାଜୁଛି ଦାରିଦ୍ର୍ୟର କଷାଘାତେ

ଅନାଥ ଶିଶୁର ଶୈଶବ କଟୁଛି ଜରି ଗୋଟାଳିର ସାଥେ ।


ବଡଘରେ ବନ୍ଧା ପଡେ ତା ଶୈଶବ ମାଜେ ଅଇଁଠା ବାସନ 

ମାଗଣା ଶିକ୍ଷାକୁ ମଧ୍ୟାହ୍ନ ଭୋଜନ କରେ ନାହିଁ ଆକର୍ଷଣ ।


କନ୍ୟାଶ୍ରମେ କାହିଁ ଯୌନ ଶୋଷଣ ବାଳାକୁ କରେ ଶିକ୍ଷକ

ଚେଙ୍ଖ ଦେଇ କାହିଁ ମାଲିକାଣୀ କରେ କିଶୋରୀକୁ ନିର୍ଯ୍ୟାତିତ ।


ପିତା ମାତାଙ୍କର ଉତ୍ତମ ସଂସ୍କାର ଶିକ୍ଷକଙ୍କ ନୀତି ବାଣୀ 

ପାଇ ଶିଶୁ ହେଉ ଭବିଷ୍ୟତ ଆମ ଦେଶ ନେଉ ଆଗେ ଟାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational