STORYMIRROR

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ଶିଶୁ

ଶିଶୁ

1 min
152


କେଉଁ ଏକ ଅଜଣା ସହରୁ

ଆଖି ମଳି ମଳି ଆସିଲୁ ତୁ ଏଥି

ଟିକି ଟିକି ପାଦ ଦୁଇ ତୋର

କେତେ ଛନ୍ଦେ ଛନ୍ଦାୟିତ।


ପଡିଶା ଘର ଓ ବନ୍ଧୁବାନ୍ଧବ

ହସି ହସି ମାଗନ୍ତି ମିଠା

ଆମ ଘରେ

ଅସରନ୍ତି ଆନନ୍ଦର ଜୁଆର

ଧାଁ ଧପଡ

ଗୋଡ ତଳେ ପଡୁନି ।


ଜୀବନରେ ଏଇ ଗୋଟିଏ ଦିନ

ତୁ କାନ୍ଦିଲେ

ମା ତୋର ହସେ

ହସେ ସାରା ପରିବାର

ସତେ କି 

ଆକାଶର ଜହ୍ନଟା

ଆମ ଘରକୁ ଆସିଛି ।


ତୁ କାନ୍ଦୁଛୁ କିଆଁ

ନୂତନ ସୂର୍ଯ୍ୟାଲୋକର ସ୍ପର୍ଶରେ

ଅନେକ ବିଳମ୍ବ ଏଠି

ତୋତେ ଚିହ୍ନିବାରେ ।


ଏ ଦୁନିଆଁ ଛଳନାରେ ପୂର୍ଣ୍ଣ

ଅତ୍ୟାଚାର, ଶୋଷଣ, ସ୍ବାର୍ଥରେ

ଆଜିର ଆଲୋକ କଳଙ୍କିତ

ତୁ ଆସିବା ପୂର୍ବରୁ

ତୋର 

ଅବଚେତନ, ଅଚେତନ, ଚେତନ 

ମନକୁ ପଚାରି ତୁ ଆ 

କାରଣ

ଏନ୍ତୁଡ଼ିଶାଳର ନିଆଁ ରୁ

ମଶାଣିର ନିଆଁ

ବ୍ୟବଧାନର ଭିତରେ ।



Rate this content
Log in

Similar oriya poem from Inspirational