STORYMIRROR

Trushna Das

Abstract Inspirational Others

3  

Trushna Das

Abstract Inspirational Others

ଶିଶୁ

ଶିଶୁ

1 min
243

ଶିଶୁର ମନ ଯେ ନିଷ୍ପାପ 

ନ ଥାଏ ତା ମନରେ ଛଳନା ମିଛ 

ସମସ୍ତଙ୍କୁ ଦେଖି ହସି ଦେଇ ଆଣେ ଖୁସିର ଉଲ୍ଲାସ 

ଜଣା ପଡେ ନାହିଁ ତା ସହ କିପରି ଅତିବାହିତ ହୋଇ ଯାଏ ସମୟ।।


କୁଆଁ କୁଆଁ ଶିଶୁର କାନ୍ଦରେ

ତାର ଖିଳି ଖିଳି ହସରେ 

ଘର ଗୁଞ୍ଜରିତ ହୋଇ ଉଠେ

ଘରଟି ଗହଳ ଚହଳ ପରି ଲାଗେ।। 


ଶିଶୁଟିଏ ଆସିଲେ

ତାର କୋମଳ ସ୍ପର୍ଶରେ

ମନରେ ଉତ୍କଣ୍ଠା ଖେଳି ଯାଏ 

ଅଦ୍ଭୁତ ଭାବନା ଆସି ଯାଏ ମନରେ।। 


ଶିଶୁଟିର ଆଗମନରେ 

ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଦୃଢ଼ ହୁଏ

ସେମାନଙ୍କ ମଧ୍ୟରେ ଅନେକ ସପନ ଭରିଯାଏ

ସେହି ବଂଶର ଅଭିବୃଦ୍ଧି ଘଟି ଯାଏ।। 


ଶିଶୁଟିଏ ଦେଶର ଭବିଷ୍ୟତ 

ସେ ହେଲେ ଶିକ୍ଷିତ

ସମାଜ ହେବ ଉନ୍ନତ 

ଦେଶ ହେବ ସମୃଦ୍ଧ।।


ତେଣୁ ଶିଶୁକୁ କର ଶିକ୍ଷିତ

ଯିବ ବଢି ତୁମ ମାନ ସମ୍ମାନ 

ତୁମ ବଂଶର ହେବ ଯଶଗାନ

ତୁମକୁ ମିଳିବ ନୂତନ ପରିଚୟ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract