Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SACHALA GURU

Inspirational

4  

SACHALA GURU

Inspirational

ଶିଶୁ

ଶିଶୁ

1 min
241


ସରଳ ଜୀବନ ଶିଶୁ ମନୋରମ

ହୃଦୟ ନିର୍ମଳ ତା'ର

ଶାନ୍ତମୟ ଭାବ ଆନନ୍ଦିତ ମନ

ରହେ ଧର୍ମେ ନିରନ୍ତର ||


କୋମଳ ହୃଦୟ ନଥାଏ ନିର୍ଦ୍ଦୟ

ଈଶ୍ୱର ପ୍ରେମରେ ଚିତ୍ତ

ପିତୃ ମାତୃ ଭକ୍ତି ସାଧୁସନ୍ଥ ପ୍ରତି 

ସ୍ନେହେ ପ୍ରେମେ ରହେ ରତି ||


ଶିଶୁର ଭାବନା ନୁହେଁ ଆନମନା

ମାତୃଶକ୍ତିରୁ ଆସଇ

ମାତାର ଶରୀର କୁମ୍ଭାରର ଘର

ଯାହା ସେ ସୃଷ୍ଟି କରଇ ||


ମାଆର ତନୁରେ ଶୁଦ୍ଧତା ପବିତ୍ର

ଜାଗରିତ ଯେବେ ରହେ

ମହନୀୟ ଗୁଣ ତା' ପରିପୂରଣ

ଶିଶୁକୁ ପ୍ରେରଣା ଦିଏ ||


କୁମ୍ଭାର ମାଟିକୁ ଯେପରି ଗଢ଼ଇ

ଆକାର ସେପରି ହୁଏ

ମାତା ପିତା ଠାରୁ ପ୍ରତିବେଶୀ ଠାରୁ

ଯାହା ଶିଶୁ ଶିକ୍ଷି ଥାଏ ||


ମାତା ପିତା ଗୁରୁ ପ୍ରଥମେ ଶିଶୁର

ପରିବାର ଶିକ୍ଷାଳୟ

ପ୍ରକୃତ ମାର୍ଗର ଶିକ୍ଷା ପ୍ରଦାନର

ହୁଏ ସେଠି ଦେବାଳୟ ||


ଶିଶୁର ଚଳଣି ମାତାର ଗଢ଼ଣି

ନଖ ଦର୍ପଣରେ ଥାଇ

ସଭିଙ୍କ ସମ୍ମୁଖେ ଶିଶୁଙ୍କର ଶିକ୍ଷା

ଲୁଚି ରହିପାରେ ନାହିଁ ||


ଫୁଲର କଢ଼ିକୁ ବିକଶିତ କରେ

ଅନୁକୂଳ ପରିବେଶ

ଶିଶୁ ହିଁ ଦେଶର ଆଗାମୀ ପିଢ଼ିର

ଭବିଷ୍ୟତର ସୁବାସ ||


ଜୀବନ ଆଦର୍ଶ ହୁଅଇ ବିକାଶ

ଶୃଙ୍ଖଳା ଜ୍ଞାନ ହିଁ ଥିଲେ

ଉତ୍ତମ ସମ୍ପର୍କ ସଦାଚାର ପୂର୍ଣ୍ଣ

ସଫଳତା ଲାଭ ଭଲେ ||


ଶ୍ରଦ୍ଧା ଭକ୍ତି ଭାବ କରି ନିଷ୍ଠା ବାନ

ହୁଏ ସେ ଦାୟିତ୍ୱବାନ

ସେହି ଶିଶୁ ଲଭେ ସମ୍ମାନର ସ୍ଥାନ

ଦେଶରେ ଯୋଗ୍ୟ ସନ୍ତାନ ||


ଶିଶୁ ଭବିଷ୍ୟତ ଦେଶର ମହତ

ତା ପ୍ରତି ରଖ ହେ ଧ୍ୟାନ

ଶିଶୁ ନୁହେଁ ହୀନ ସେହି ମୂଲ୍ୟବାନ

ବିଶ୍ୱରସେ ମହୀୟାନ ||



Rate this content
Log in