STORYMIRROR

Nirupama Tarai

Tragedy

3  

Nirupama Tarai

Tragedy

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
171

ସମୟର କାଳଚକ୍ର ମୋତେ ଆଜି

ସଜେଇଛି ଶିଶୁ ଶ୍ରମିକ।

ଦୁଃଖ ଚିତ୍ରର କରୁଣ ଚିତ୍କାର

ମନରେ କୋହ ଅନେକ।୧।


ଜୀବନର ଗତିପଥ ରେ  

ଦିଗହୀନ ମୁଁ ନାବିକ।

ପରିବାର ମୋର ଅସହାୟ ପୁଣି 

ଲୁହରେ ମେଣ୍ଟୁଛି ଶୋଷ।୨।


ଖାଇବାକୁ ଖାଦ୍ୟ ନାହିଁ ମୋର 

ଲଜ୍ୟା ନିବାରଣ ବସ୍ତ୍ର।

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି 

ନାହିଁ ମୋର ଭୋଗବିଳାସ।୩।


ପିନ୍ଧିବାକୁ ପାଦେ ଜୋତା ନାହିଁ କି 

ହସିବାକୁ ନାହିଁ ଅସୁମାରୀ ଶକ୍ତି।

ଜୀବନ ଯୁଦ୍ଧରେ ବିଜୟ ନିମନ୍ତେ 

ସାଜିବି ଶିଶୁ ଶ୍ରମିକ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy