ଶିଶୁ ଶ୍ରମିକ
ଶିଶୁ ଶ୍ରମିକ
ଯାହା ହାତେ ଆମ ଦେଶ ଭବିଷ୍ୟତ
ଅଭାବ ଘରେ ସେ ଜନ୍ମି ହୁଏ ଶିଶୁ ଶ୍ରମିକ !
ଖେଳିବା ବୟସରେ ନଥାଏ ତା ପାଖେ
କଣ୍ଡେଇ ପେକାଳୀ ନା କିଛି ଖେଳିବା ଜିନିଷ !
ଗରିବ ଯନ୍ତ୍ରଣାରେ ପଡ଼ି ସେ ନା ମାଗେ
ସିଲଟ ଖାତା କଲମ ପୁସ୍ତକ !
ଦୁଇ ମୁଠା ଅଧା ପେଟ ଖାଇ
ହସିବା ନାଚିବା ବୟସରେ ଧରେ ସେ କୋଦାଳ କଡାଈ ଶାବଳ !
ଦୂରେ ରହି ଚାହୁଥାଏ ସ୍କୁଲ ଯିବା ପିଲାଙ୍କୁ
କାଳେ ସେ ଭାଗ୍ୟ ଆସିବ ଡାକେ ପ୍ରଭୁଙ୍କୁ !
ରାସ୍ତା କେତେ ବୁଲି ଭିକ ମାଗି ମାଗି
ପୋଷେ ତା ଗରିବ ପେଟ !
ଭୋକର ଜ୍ୱାଳାରେ ହୋଇ ହନ୍ତସନ୍ତ
କେ କହି ପାରିବ ତାହାରି ଦୁଃଖ !
ଧନୀଜନ ପାଖେ ଶ୍ରମିକ ସାଜି ସେ
ଦିନ ରାତି କରେ କାମ !
ଗରିବ ଯନ୍ତ୍ରଣାରେ ବନ୍ଦୀ ଆଜି ସିଏ
ସୁଯୋଗ ମିଳିଲେ ହୋଇଥାନ୍ତା ମାଲିକ !
ଶୋଷିତ ସିଏ ନିରାଶ୍ରିତ ପୁଣି
ଦଳିତ ସଂସାର ରୂପ !
ସରକାରଙ୍କ ନିଃଶୁଳ୍କ ଶିକ୍ଷା ଦାନରୁ
ବଞ୍ଚିତ କାହିଁକି ସେ ଆଜି !
ନିଷ୍ପାପ ଶିଶୁ ଯଦି ଶ୍ରମିକଟି ସାଜେ
ସହିବ କି ଭାଇ ଧର୍ମ !
ଶିଶୁ ଶ୍ରମିକକୁ ଉଛେଦ କରି
ଗଢିବାକି ଆମେ ଦେଶ !
ଶିଶୁଟି ପଡିଲେ ଦେଶ ବଦଳିବ
ଦୁର୍ନୀତି ହୋଇବ ନାଶ !
ସଭିଏଁ ପଢନ୍ତୁ ସଭିଏଁ ବଡ଼ନ୍ତୁ
ନ ଭାବି ବଡ ସାନ
