STORYMIRROR

Mamata kumari Behura

Children

4  

Mamata kumari Behura

Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
326

ଶିଶୁର ମନ ଭାରି କୋମଳ

      ଯତନେ ତାକୁ ଗଢ, 

ଫୁଲ ପରିକା ଫୁଟିବ ଦିନେ

     ଆଜି ହୋଇଛି କଢ। 


ଆଜିର ଶିଶୁ ଅଟଇ ପରା

       କାଲିର ଭବିଷ୍ଯତ

ଯାତନା ଯମା ଦିଅନା ତାକୁ

     ନୁହେଁ ସେ ଶିଶୁ ଶ୍ରମିକ। 


ଶିଶୁର ହାତ ଅତି କୋମଳ

     ପଢି ଲେଖିବା ପାଇଁ, 

ସେହି ହାତରେ କଠିନ କାମ

     କରାଅ ନାହିଁ କେହି। 


ହସି ହସିକା ନାଚି ନାଚିକା

     ସାଙ୍ଗ ସାଥିଙ୍କ ମେଳେ, 

ଖେଳିବ ଖେଳ ଗାଇବ ଗୀତ

     ତା'ର ମଧୁର ସୁରେ। 


ପାଠ ପଡିବ ମଣିଷ ହେବ

     ରଖିବ ଦେଶର ଟେକ, 

ଡାକ୍ତର ଇଞ୍ଜିନିୟର ଆଉ

      ହେବ ପୁଣି ସଇନିକ। 


ସୁସ୍ଥ ସମାଜ ଗଢିବା ପାଇଁ 

       ସାଜିବ କର୍ଣ୍ଣଧାର, 

ସେ ପରା ଆମ ଦେଶ ଜାତିର

      ଅଟଇ କର୍ମବୀର। 


ଶିଶୁ ଭିତରେ ଲୁଚି ରହିଛି

     ଦେଶର ଭବିଷ୍ଯତ, 

ନୁହେଁ ସେ ଭୀରୁ କାପୁରୁଷ

     ନୁହେଁ ଶିଶୁ ଶ୍ରମିକ। 


ଶିଶୁ ମନର ଅକୁହା କଥା 

     ବୁଝିବା ସବୁ ଆମେ, 

କାମ କାର୍ଯ୍ୟରୁ ନିବୃତ୍ତ କରି

     ଲଗାଇବାନି ଶ୍ରମେ। 


ଶିଶୁ ଅଧିକାର ଆଇନ୍ ସର୍ବେ

     ଜାଣିବା ଧ୍ଯାନ ଦେଇ, 

ଶିଶୁକୁ ଯମା ଶ୍ରମିକ ଭାବେ

      ଖଟାଇବାନି କେହି। 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children