STORYMIRROR

Kalandi pal

Inspirational

3  

Kalandi pal

Inspirational

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
185


ପେଟ ପୋଡ଼ିଗଲେ କି ନୀତି ନିୟମ

ଆଇନ କାନୁନ   ଇଜ୍ଜତ ସମ୍ମାନ

     କିଏ ବା ଦେଖୁଛି କୁହ

ବଳ ବୟସକୁ   ଯେତେ ଡରୁଥିବୁ

     ପେଟ ହେବ କହ ମହ।


ସତୁରୀ ବର୍ଷର ବୃଦ୍ଧ ବୋହେ ବୋଝ

ଜନ୍ମ କଲା ପୁଅ   ନ କରଇ ହେଜ

      କି ଭଳି ରହିଲେ ବାପା

ଛୁଆ ପିଲା ଧରି    ସହରେ ରୁହଇ

    ବାପା, କଥା ଶୁଣି ସ୍ତ୍ରୀ ଖପା ।


ଘରେ ଅନାଟନ    ଅଭାବ କଷଣ

ସହେ ନାହିଁ ଶିଶୁ   କଅଁଳିଆ ମନ

     ବେଠି ଖଟେ ପର ପାଖେ

ତାହା ଶ୍ରମ ଦାନେ  ସ୍ୱଳ୍ପ ଉପାର୍ଜନେ

      ଦାନା ପରିବାର ମୁଖେ ।


କମ୍ପାନୀ ମାଲିକ   ଦଲାଲ ବଣିକ

ସ୍ୱଳ୍ପ ବେତନରେ   ମୁନାଫା ଅଧିକ

      ସୁଯୋଗକୁ ଚାହିଁ ଥାଏ

ଆଇନ ବିରୁଦ୍ଧେ  ଯାଏ ପ୍ରତି ପାଦେ

      ପକେଟେ ଆଇନ ଥାଏ ।


କଲେ ପ୍ରଣୟନ   ଆଇନ କାନୁନ

ଶାସନ କଳର     ସୁଶାସକ ଗଣ

    ଫାଇଲିରେ ରହେ ତାହା

ଶିଶୁ ଶ୍ରମିକର     ବଢୁଥାଏ ହାର

     ସୂଚାଏ ଗଣନା ଏହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational