ଶିଶୁ ପ୍ରେମୀ
ଶିଶୁ ପ୍ରେମୀ


ଆଜି ହେଲା ପରା ଶିଶୁଦିବସ
ଫୁଟୁ ପିଲାଙ୍କ ମୁଖେ ହସ
ଆଗାମୀ ପିଢୀର ଅଳଙ୍କାର
ଯତନେ ରଖିବା ତାଙ୍କୁ ଆସ ॥
ଆମେ ହେଲେ ତାଙ୍କ ଗୁରୁଜନ
ଭଲକଥା ଶିଖାଇବା ସ୍ନେହରେ
ଭବିଷ୍ୟତ ଉଜ୍ଜ୍ବଳ କରିବା ଚାଲ
ଭଲବାଟେ ଯିବାକୁ ଏ ଜୀବନରେ ॥
ପିଲାଙ୍କୁ ଉଦ୍ଦୀପନା ଉତ୍ସାହ ଦେଈ
ଅତି ଯତନରେ ତୋଳି ଆଣିବା
ଦେଶ ବିଦେଶର କଥା ଶିଖାଈ
ଠିକ ମଣିଷ କରି ଯେ ଗଢିବା ॥
ପିଲାଙ୍କୁ ମୋବାଈଲ,ଟି.ଭି ଦେଖାର
ଉପକାର,ଅପକାର କହି ବୁଝାଇବା
ପାଠପଢା ଓ ଖେଳକୁଦରେ ମନ ଦିଅ
ଏକଥା ନୁହଁ ମନ୍ଦ ଗେଲରେ ଶିଖାଇବା ॥