STORYMIRROR

Naba Kumar Das

Abstract

3  

Naba Kumar Das

Abstract

ଶିଶୁ କବିତା

ଶିଶୁ କବିତା

1 min
509

 ଘଣ୍ଟା ତ ଚାଲେ ଟିକ ଟିକ 

          ସମୟ କହି କହି

କୁନା ତ କହେ ରହ ରହ 

          ସ୍କୁଲକୁ ଯିବି ମୁଁହି 


ରେଳ ତ ଗଡେ ଛୁକ ଛୁକ

        ନିକଟୁ ଦୂର ଯାଇ 

ଅଜାତ କହେ ରଖ ରଖ

        ଷ୍ଟେସନ ଯିବି ମୁହିଁ 


ଫୋଟକା ଫୁଟେ ପକ ପକ 

       ବର୍ଷା ପାଣିରେ ସେହି 

କୁନା ତ ଭିଜେ ସେ ପାଣିରେ 

       ନାଚିକି ଥେଇ ଥେଇ 


ବିଜୁଳି ମାରେ ଚକ ଚକ 

        ମେଘ ଭିତରେ ରହି 

କୁନା ଛାତି ତ ଧକ ଧକ 

        ଆଖି ବୁଜି ବସଇ 


ବେଙ୍ଗୁଲି ଡିଏଁ ଫକ ଫକ

      କେଁ କଟର କେଁ ହେଇ 

ଆସରେ ପିଲେ ନାଚିଯିବା 

       ଗୀତ କୁ ଗାଇ ଗାଇ



Rate this content
Log in

Similar oriya poem from Abstract