STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଶିଶୁ କବିତା ---ହୁଅ ଭଲ ମଣିଷଟେ

ଶିଶୁ କବିତା ---ହୁଅ ଭଲ ମଣିଷଟେ

1 min
300

ଜାଣିରଖ ପିଲେ ମନେ ଦୟା ଭାବ

ତ୍ୟାଗ ସ୍ନେହ କ୍ଷମା ଦାନ

ମହାନ କରାଏ ବ୍ୟକ୍ତି ପାଖେ ଥିଲେ

ହେଉ ପଛେ ତୁଚ୍ଛ ଜନ


ନେବା ଠାରୁ ଦେବା ସନ୍ତୋଷ କାରଣ

ଆଚରିଲେ କ୍ଷମା ଭାବ

ପରଉପକାର ସେବା ବଳେ କାଳେ

ତୋଷ ହ୍ୱନ୍ତି ଯେ,ମାଧବ


ଭୋକିଲା ଉଦରେ ଦାନା ଦେଲେ ମିଳେ

ଅମାପ ଆତ୍ମ ତୃପତି

ଦୁଃଖି ଜନ ମୁଖେ ହସ ଫୁଟାଇଲେ 

ଲାଗଇ ଅପୂର୍ବ ଶାନ୍ତି


ଛଡାଇ ନ ନେଇ ବଢାଇ ଦିଏ ଯେ

ପ୍ରିୟ ଦ୍ରବ୍ୟ ଅପରକୁ

ତା' ଠାରୁ ବଳି କେ ବିଶାଳ ହୃଦୟ

 ଖୁସି ଯେ ଦିଏ ଆନକୁ


ଭଲ ମଣିଷଟେ ହେବା ଟି ଅଧିକ

ଗୁରୁତ୍ୱ ଅଟେ ଜୀବନେ

ଧନ ମାନ ରୂପ ଅସ୍ଥାୟୀ ସଂସାରେ

ମାଟିରେ ମିଶେ ମରଣେ


ସୁଗୁଣ ଆଚରି ଅଭ୍ୟାସ ବଳରେ

ହୁଅ ଭଲ ମଣିଷଟେ

କୁଠାର ବଚନ ନ କହିବ କେବେ

ମହାପାପ ଏ ଯେ ଅଟେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract