STORYMIRROR

Yudhisthira Lenka

Inspirational Children

3  

Yudhisthira Lenka

Inspirational Children

ଶିଶୁ ଦିବସ

ଶିଶୁ ଦିବସ

1 min
361

ନଭେମ୍ବର ମାସ ଚଉଦ ତାରିଖେ

ପଡଇ ଶିଶୁଦିବସ

ପଣ୍ଡିତ ନେହେରୁଙ୍କ ଜନ୍ମଦିବସକୁ

ପାଳଇଟି ସାରାଦେଶ ।।୧।।


ବାଲ୍ୟକାଳୁ ଜବାହରଙ୍କର ଥିଲା

ବହୁବିଧ ମେଧାଗୁଣ

ବିଦେଶରେ ପାଠ ପଢିକି ସାରିଲେ

ସ୍ନାତକ ଏବଂ ଆଇନ ।।୨।।


ସ୍ୱଦେଶ ଫେରିକି କିଛିଦିନ କଲେ

ଆଇନର ବ୍ୟବସାୟ

ସ୍ୱାଧୀନତା ଆନ୍ଦୋଳନରେ ମିଶିଲେ

ମହାତ୍ମାଗାନ୍ଧୀଙ୍କ ସହ ।।୩।।


ସ୍ୱାଧୀନତା ସଂଗ୍ରାମେ ବହୁବାର ସେ

ଭୋଗିଲେ କାରାବରଣ

ଫିରିଙ୍ଗି ଦେଶରୁ ତଡିକି କରିଲେ

ଦେଶକୁ ଆମ ସ୍ୱାଧୀନ ।।୪।।


ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ

ସ୍ୱାଧୀନ ଭାରତ ଦେଶେ

ନବ ଭାରତର ଗଠନରେ ତାଙ୍କ

ଅବଦାନ ସ୍ପଷ୍ଟ ଦିଶେ ।।୫।।


ସାରାଦେଶ ମନେ ରଖିଥିବ ତାଙ୍କ

ମହାନ ବ୍ୟକ୍ତିତ୍ୱ ଗାଥା

ପଞ୍ଚଶୀଳ ନୀତି ଗଠନ କରିକି

ଉଚ୍ଚ କଲେ ଦେଶମଥା ।।୬।।


ଶିଶୁମାନଙ୍କ ପ୍ରତି ଥିଲା ତାଙ୍କର

ଗଭୀର ସ୍ନେହ ଓ ଶ୍ରଦ୍ଧା

ଶିଶୁଙ୍କୁ କୋଳରେ ଟେକି ନେଉଥିଲେ

କହି ମିଠା ମିଠା କଥା ।।୭।।


ଭଲ ପାଉଥିଲେ ସେମାନଙ୍କୁ ସିଏ

ପୁଷ୍ପସମ ତାଙ୍କୁ ମଣି

ଦେଶ ନିର୍ମାଣରେ ଶିଶୁର ଭୂମିକା

ମହତ୍ତ୍ଵକୁ ଥିଲେ ଜାଣି ।।୮।।


ଭଲ ପାଉଥିଲେ ବୋଲି ସେମାନଙ୍କୁ

ସେ ନିର୍ମଳ ହୃଦୟରେ

ଚାଚା ନେହେରୁ ଡାକୁଥିଲେ ଶିଶୁଏ

ତାଙ୍କୁ ଅତି ଆଦରରେ ।।୯।।


ଶିଶୁ ଅଧିକାର ଶିଶୁ ଶିକ୍ଷା ଶିଶୁ

ଭବିଷ୍ୟତ ନାଗରିକ

ହୃଦୟଙ୍ଗମ କରିଥିଲେ ଏକଥା

(ସେ)ଯଶସ୍ବୀ ଜନନାୟକ ।।୧୦।।


ଶିଶୁ ସଚେତନ ପାଇଁ ଦେଶପାଳେ

ଏହି ପବିତ୍ର ଦିବସ

ସବୁ ବିଦ୍ୟାଳୟେ ପାଳନ ହୁଏ

ଶିଶୁଦିବସ ପ୍ରତିବର୍ଷ ।।୧୧।।


ସୁଦୃଢ ନେତୃତ୍ବ ଦେଶାତ୍ମବୋଧ ଆଉ

ଅନନ୍ୟ ଶିଶୁପ୍ରେମ

ଶିଶୁଦିବସରେ ଜବାହରଙ୍କର

ଗାଉଥିବ ସଦା ନାମ ।।୧୨।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational