STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଶିଶିର ସାରସ ଘନଶ୍ୟାମ ଜେନା

ଶିଶିର ସାରସ ଘନଶ୍ୟାମ ଜେନା

1 min
263

"ଶିଶିର ସାରସ" (ରାଗ, ରସକୂଲ୍ୟା ) ବିରାଜେ ଧାରାରେ ହେମନ୍ତ କାଳ ଅବନିର ଶୋଭା ଅତି ମଞ୍ଜୁଳ ସୁନେଲୀ କେଦାରେ ମୁକୁତା ସମ ଝଲସେ ଶିଶିର କି ମନୋରମ ପଡ଼ି ତପନ କିରଣ ହରିନିଏ ମନ ସକଳ ଜନର ଶୋଭାରାଶି ଅନୁପମ ଯେ।୧। ଆକାଶେ ଧବଳ ବଉଦ ମାଳ ବକ, ବତକର ଲାଗିଛି ମେଳ। ବନ, ଉପବନ ଧବଳ ଅତି ଧବଳ କୁସୁମ, ଜାତି ପ୍ରଜାତି କାସତଣ୍ଡି ପଠା ପର, ଅଙ୍କା ବଙ୍କା ହୋଇ, ନଈ ଯାଏ ବହି ଧରି ନିରିମଳ ନିର ଯେ।୨। ଶିଶିରେ ସାରସ ତେଜି ମାନସ ଦଳ ଦଳ ହୋଇ ଆକାଶ ଦେଶ ମିଳନ୍ତି ନୀଳାମ୍ବୁ ଚିଲିକା ଜଳେ. ବିଚରନ୍ତି ନାନା ପକ୍ଷୀଙ୍କ ମେଳେ ତାର ଅପରୂପ ଶୋଭା ଲୋହିତ ଧବଳ ପକ୍ଷରେ ସୁନ୍ଦର ତାର କି ଉପମା ଦେବା ଯେ।୩। ଶିଶିର ଆଗମେ ନାନା ପରବ ଓଡ଼ିଆ ଜାତିର ଗର୍ବ ଗୌରବ ଦୀପାବଳି ବୋଇତ ବନ୍ଦାଣରେ ମାଣବସା ପାଳନ୍ତି ଘରେ ଘରେ ସେ କାର୍ତ୍ତିକ ମାର୍ଗଶିର ମାସ ମଧ୍ୟେ ସାର ପାର୍ବପର୍ବାଣୀର ପିଠାପଣା ଘରଘର ଯେ।୪। କେଦାରେ ବିରାଜେ ସ୍ୱର୍ଣ୍ଣିମ ଆଭା ପକ୍ଵଶାଳୀ ତା'ର କି ମନଲୋଭା ଦେଖି ଆନନ୍ଦିତ କୃଷକ ଗଣ ସତେ କ୍ଷେତେ ଲକ୍ଷ୍ମୀ ବିରାଜମାନ ଆସନ୍ତେ ଶିଶିର ମାସ ନାନା ଫଳ ପୁଷ୍ପେ ମଣ୍ଡିତ ଧରଣୀ ପ୍ରାଣୀଏ ଲଭନ୍ତି ତୋଷ।୫। ମହଦେଈପୁର,ଗୁରାଣ୍ଡି, ଗଜପତି।


Rate this content
Log in

Similar oriya poem from Inspirational