STORYMIRROR

Basanti Pattnaik

Inspirational

3  

Basanti Pattnaik

Inspirational

ଶିକୁଳି

ଶିକୁଳି

1 min
248

"ହେ କୋରୋନା ଋପି ଜଞ୍ଜିର

   ତୁ ମୋତେ ଶିକୁଳିରେ ବାନ୍ଧି ପାରିବୁନି

ତୁ ଭାବିଛୁ କି ମୋତେ ଘର ଭିତରେ ପୁରେଇ

   ଖୋଲା ପବନରେ ଉଡ଼ି ବୁଲିବୁ??

ତୋର ତାଡ଼ନାରେ ମୁଁ ଛଟପଟ

       ଜର୍ଜରିତ ହୋଇ ପଡ଼ିବି?

ତୋ ଭୟରେ ସାନିଟାଇଜର 

         ବୋତଲ ବୋତଲ ସାରିବି?

 ତୁ କାଳେ ମୋତେ ମାଡିବସିବୁ

         ଔଷଧ ଖାଇ ସଜାଗ ରହିବି?

ତୁ ଆତଙ୍କ ରାଜ

        ଏ ଧରାରେ ଖେଳାଇଛୁ

ତୁ ପ୍ରହାର କରି 

         କେତେ ଘର ଭାଙ୍ଗୁଛୁ

ତୁ କୁଢ଼ କୁଢ଼ ଜୀବକୁ

           ସମାଧିରେ ଶୁଆଉଛୁ

ସଂସାରରେ ତୁ

          ଲୁହର ଧାରା ବୁହ‌ଉଛୁ

ତୋର ଏ ଦମନ ଲୀଳା

     ‌‌‌‌      ଆଉ ବେଶି ଦିନ ଚାଲିବନି

ଭାକସିନ୍ ନେଇ ଏ ଜୀବ

           ସଜାଗ ହେଲାଣି

ତୋତେ ହରାଇବା ପାଇଁ

   ‌‌‌       ଚାଲିଛି ସଂଗ୍ରାମ

ସାରା ବିଶ୍ୱ ଏକାଠି ହୋଇ

          ବାଣ୍ଟନ୍ତି ଏକତାର ଭାବ

ତୋର ଏ ଜଞ୍ଜିର

         ଢିଲା ହୋଇଲାଣି

କଳଙ୍କି ଲାଗି ମୋ ହାତରୁ

           ଖସି ଗଲାଣି

ତୁ ହାରିବୁ, ଆମେ ଜିତିବୁ

        ସମୟ ସ୍ରୋତରେ ତୁ ଭାସିବୁ

ଆମ ଏ ଧରଣୀ ଚହଟି ଉଠିବ

     ଜୀବନ ପୁଣି ଖୁସିରେ ଭରିବ। ।"


         


  ‌   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational