ଶିକ୍ଷକ
ଶିକ୍ଷକ
ଅନ୍ଧକାର ନାଶି ଜୋଛନା ପ୍ରକାଶି
ଯା ପାଇଁ ସତ୍ୟର ରାହା
ସେହି ବିଦ୍ୟା ଗୁରୁ ଏଇ ଧରା ଧାମେ
ପଥ ପଦର୍ଶକେ ସାହା ।
ଜ୍ଞାନ ଜ୍ୟୋତି ଢାଳି ସହି ସବୁ ଅଳି
ଗଢି ଥାନ୍ତି ଜ୍ଞାନୀ ଗୁୁୁଣି
ସେ ପଥ ରେ ଚାଲି ଦୁଃଖ କ୍ଲେଶ ଭୂଲି
ବିିଦ୍ୟାର୍ଥୀ ଜୀବନ ଋଣି ।
ଲକ୍ଷ ସିଦ୍ଧାନ୍ତ ରେ ସହାୟକ ଗୁରୁ
କଲ୍ୟାଣ ଆଶିଷ ଦେଇ
ତାଙ୍କରି ଚରଣେ ସହସ୍ର ପ୍ରଣାମ
ଶିଖିତ ଜୀବନ ପାଇଁ ।
ପୁତ୍ରର ମଙ୍ଗଳ ନିମନ୍ତେ ଯେସନେ
ସ୍ନେହରେ ଆକଟେ ପିତା
ମାର୍ଗ ଦର୍ଶକରେ ଶିିକ୍ଷକ ସେପରି
ସର୍ବ ପ୍ରାଣେ ହର୍ତ୍ତା କର୍ତ୍ତା ।
