STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଶିକ୍ଷକ

ଶିକ୍ଷକ

1 min
259


ଶିକ୍ଷା ଗ୍ରହଣ କରନ୍ତି ସର୍ବେ

   ଜନ୍ମୁ ମରଣ ଯାଏ

ମୃତ୍ୟୁ ବି ଯଦି ଆକର୍ଷେ କେଶ

   ଶିକ୍ଷା ର ଲୋଡ଼ା ଥାଏ ।

ଶିକ୍ଷକ କର୍ମ ମହାନ ଧର୍ମ

   ଶିକ୍ଷଣ ସେବା ବୃତ୍ତି

ଦାୟିତ୍ଵ ଆଉ କର୍ତ୍ତବ୍ୟ ବୋଧେ

   ନିହିତ ପୁଣ୍ୟ ମତି ।

ସତ୍ୟ ଆଲୋକ ଉଜ୍ଜ୍ବଳ ପଥ

   ଶିକ୍ଷକ ଅନୁସରେ

ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ

   ସିଏ ଆପଣା ମଣେ ।

ଗୁରୁତ୍ୱ ଦିଏ ପାଠ୍ୟକ୍ରମ ରେ

   ରହେ ସମୟାନୁବର୍ତ୍ତୀ

ନିଜେ ଜ୍ୱଳନ୍ତ ଦୃଷ୍ଟାନ୍ତ ହୁଏ

   ପାଳେ ସ୍ୱପ୍ରତିଶୃତି ।

ବିଧିବିଧାନେ ଥାଏ ସତର୍କ

   ମନରେ ରଖି ଦୟା

ଉଚିତ ମାର୍ଗ ଦର୍ଶନ ଦିଏ

   ନ ଦଣ୍ଡି କରେ କ୍ଷମା ।

ଜ୍ଞାନ ବିଜ୍ଞାନ କଳା ନିପୁଣ

   ଉତ୍ତମ ଚରିତ୍ରତା

ସମ୍ପନ୍ନ ଗୁଣ ଶିକ୍ଷକ କୁଳ

  ଲଭନ୍ତି ସୁପ୍ରତିଷ୍ଠା ।

ଶିକ୍ଷା ପ୍ରଶିକ୍ଷା ଜାତି ଆଧାର

  ସକ୍ରିୟ ସୁ ସଂସ୍କାର

ଗଢ଼େ ସୁଯୋଗ୍ୟ ସୁନାଗରିକ

   ସୁପାତ୍ର କର୍ଣ୍ଣଧାର ।


Rate this content
Log in

Similar oriya poem from Inspirational