STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଶିକ୍ଷକ / ଗୁରୁ

ଶିକ୍ଷକ / ଗୁରୁ

1 min
418

ଗୁରୁ ତୁମେ ପୂଣ୍ୟଦେହି ପ୍ରେମମୟ ସକାଳ ତରୁଣ ସୂର୍ଯ୍ୟ

ତୁମେ ଧର୍ମ,କର୍ମ,ଜ୍ଞାନଦାତା “ଦୀନ,ଅଧମର” ଜ୍ଞାନ ଶୈ।ର୍ଯ୍ୟ

ଓଁକାର ବ୍ରହ୍ମ ନିର୍ବିକଳ୍ପ ରୂପି ଗୁରୁ ଯେ ପରମ ପୂଜ୍ୟ

ଗୁରୁ ତୁମେ ପୂଣ୍ୟଦେହି ପ୍ରେମମୟ ସକାଳ ତରୁଣ ସୂର୍ଯ୍ୟ


ଗୁରୁଦେବ କୃଷ୍ଣ, କେଶବ, ମୁରାରି ସେତ ଜଗତର ଗୁରୁ

ମା’ର ମମତା ମୈତ୍ରେୟ ଚେତନା ମହୁଝରେ ସେ ଅନ୍ତରୁ

ବୈଶ୍ଵାନର ସମ ଗୁରୁ ଙ୍କ ପ୍ରତିଭା(ସେତ)ମହାମେରୁ କଳ୍ପତରୁ

ଗୁରୁଦେବ କୃଷ୍ଣ କେଶବ ମୁରାରି ସେତ ଜଗତର ଗୁରୁ


ସଂସାର ବାରିଧି ତରିବା ପାଇଁକି ଗୁରୁ ପରା ନାଉରୀଆ

ତାଙ୍କ ପଦ ପଦ୍ମେ ମନଲଗାଅରେ ନିଶ୍ଚୟ ହେବାରେ ସାହା

ଭବସାଗର ର ଅତଳ ଗହ୍ଵରେ ତୋ ପାଇଁ ଥିବରେ ନାହା

ସଂସାର ବାରିଧି ତରିବା ପାଇଁକି ଗୁରୁ ପରା ନାଉରୀଆ


ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ସାକ୍ଷାତ୍ ଶିବମୟ ରୂପ

ସେତ ପରମଂତପ ନିର୍ବିକଳ୍ପ ରୂପ ମନୋରମ ଅପରୂପ

ଗୁରୁ ଅନ୍ତର୍ଯ୍ୟାମୀ ନିଖିଳ ବିଶ୍ଵ ସ୍ଵାମୀ ଜୟଜୟ ଗୁରୁଦେବ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ସାକ୍ଷାତ ଶିବମୟ ରୂପ


ଅଜ୍ଞାନତା ଅନ୍ଧାର ଦୂରେଇବା ପାଇଁ ଜଳିଉଠୁ ଜ୍ଞାନ ଦୀପ

ଦୟାକରି ଗୁରୁ ଦୀନ ଅକିଞ୍ଚନେ ଦିଅ ଦିଅ ଆର୍ଶୀବାଦ

ଗୁରୁ ନୁହେଁ ନର ସାକ୍ଷାତ ଈଶ୍ଵର ସେ ସୁନ୍ଦର ସତ୍ୟ ଶିବ

ଅଜ୍ଞାନ ଅନ୍ଧାର ଦୂରେଇବା ପାଇଁ ଜଳିଉଠୁ ଜ୍ଞାନ ଦୀପ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract