STORYMIRROR

KRUTIBAS NAYAK

Comedy Inspirational

2  

KRUTIBAS NAYAK

Comedy Inspirational

ଶିକ୍ଷକ ଦିବସ

ଶିକ୍ଷକ ଦିବସ

1 min
184



ଶିକ୍ଷକ ଦିବସ ଛୁଟି ହେଲେ ହେଉ ଶିକ୍ଷକ ପାଇବେ ପୂଜା,

ଫୁଲତୋଡ଼ା ମିଠା, କଲମ ପାଇବେ ମାଗଣାରେ ସୁଖ-ମଜା ।


ଶିଶୁ ଦିବସରେ ଛୁଟି ହୋଇଯାଏ ଦେବାକୁ ପଡ଼େନା କିଛି,

ଚତୁର ଶିକ୍ଷକ ଟିଉସନ ନାମେ ଶୋଷଣ କରନ୍ତି ବାଛି ।


ସେଦିନର ଗୁରୁ ଗଲେଣି କେବେଠୁ ଏବେ ଦିଅ ଆଉ ନିଅ,

ଟିଉସନ କଲେ ଅଧିକ ନମ୍ବର ନ କଲେ ପଛରେ ଥାଅ ।


କେଉଁ ଗୁରୁ କେଉଁ ନିଶାରେ ଥାଆନ୍ତି ପିଲାଏ ପାରନ୍ତି ଜାଣି,

କହିବାକୁ ଲାଜ କାହାକୁ କହିବେ ଶିଶୁ ଅସହାୟ ପ୍ରାଣୀ ।


ଗୁରୁ ଦିବସରେ ନାନା ଉପହାର ମିଠାର ପୁଡ଼ିଆ ଏତେ,

କଲମ ବସ୍ତାକୁ ବ୍ୟବହାର ପାଇଁ ଲାଗିବ ବରଷ କେତେ !


ଆଜିର ଶିକ୍ଷକ ଗୁରୁ ଭାବେ ପୂଜା ପାଇବାକୁ କରେ ଦାବି,

ହାତ ଆଙ୍ଗୁଳିରେ ଗଣିଲେ ମିଳିବେ, କୁହନ୍ତୁ ଟିକିଏ ଭାବି ।



Rate this content
Log in

Similar oriya poem from Comedy