STORYMIRROR

Prafulla Chandra Mishra

Abstract Others

4  

Prafulla Chandra Mishra

Abstract Others

ଶିକ୍ଷା

ଶିକ୍ଷା

1 min
74


ନିରକ୍ଷରତା ତ ଗୋଟେ ଅଭିଶାପ ଅନ୍ଧ ସମ ସମାଜରେ

ପ୍ରତ୍ୟାକ୍ଷିତ ହୁଏ ମୁରୁଖ ମଣିଷ ବିଦ୍ୟାର୍ଥୀ ବିଦ୍ୟାମନ୍ଦିରେ

ଶିକ୍ଷା ଏ ମାନବ ସମାଜର ମେରୁଦଣ୍ଡ

ଶିକ୍ଷା ମହା ଧନ ଜାତି ମାନଦଣ୍ଡ

ଶିକ୍ଷା ଚିହ୍ନାଇ ଦେଇଥାଏ ପରା ବ୍ୟକ୍ତିତ୍ଵ ବ୍ୟକ୍ତି ପାଖରେ  ।।


ବିଦ୍ୟା ମହାଧନ ଅର୍ଜନେ ପଣ୍ଡିତ ଦେଶ ବିଦେଶରେ କ୍ଷାତି

ନିଜ ନାମେ କ୍ଷାତି ଆଣେ ଦେଶପାଇଁ ଉଦ୍-ବୁଦ୍ଧ ହୁଏ ଜାତି

ବିଦ୍ୟା ଜୀବନରେ ମହା ଅମୂଲ୍ୟ ସମ୍ପଦ

ବିଦ୍ୟାବନ୍ତ ଅନ୍ଧ ଆକାଶର ଚାନ୍ଦ

ବିଦ୍ୟା ଅରଜନ ଶିକ୍ଷା ରେ ଅନନ୍ୟ ପ୍ରସରେ ଜୀବନେ ଶାନ୍ତି ।।


ପୁରାକାଳେ ଗୁରୁ ଗୃହେ ରହି ଶିଶ୍ୟ ଶିକ୍ଷାରେ ନିମ୍ମଜି ରହି

କିଏ ଧନୁର୍ବିଦ୍ୟା,ଜ୍ୟୋର୍ତିବିଦ୍ୟା,କିଏ ପଶୁ ପାଳକ ହୁଅଇ

କୃଷକ କେ ହୁଏ କେହୁ କରେ କର୍ମ କାଣ୍ଡ

କେହୁ ବ୍ରହ୍ମଜ୍ଞାନ କରଇ ଆୟତ

ଶିକ୍ଷାର ବିଭାଗି କରଣ ଆଶ୍ରମ ବିଦ୍ୟାଳୟୁ ଅଛି ହୋଇ ।।


ଶିକ୍ଷା ପାଇଁ ଗୁରୁ ଅଥଳ ସମୁଦ୍ରେ ଦଦରା ତରୀ ନାଉରୀ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ମହେଶ୍ୱର ପଦାମ୍ଵୂଜେ ଲୟ କରି

ସତ୍-ଶିକ୍ଷାବଳେ ଦେଶ ହେଉ ମହୀୟାନ

ଜାରି ରହୁ ସଦା ଶିକ୍ଷାର ଅଭିଯାନ

ବାଣୀ ର କରୁଣା ଲଭିବି ଜୀବନେ ଗୁରୁପଦେ ଲୟକରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract