STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶିକ୍ଷା ଦିଏ ଜନେ

ଶିକ୍ଷା ଦିଏ ଜନେ

1 min
389

ୟୁକ୍ରେନ ରାଷ୍ଟ୍ରେ ଯୁଦ୍ଧ ଭୟଙ୍କର

   ରୁଷି ରାଷ୍ଟ୍ର ସଙ୍ଗେ ଏବେ,

ମାତୃଭୂମି ରକ୍ଷା ନିମନ୍ତେ ଦେଖହେ

   ୟୁକ୍ରେନ ଜନତା ସର୍ବେ।


ମାତୃଭୂମି ପାଇଁ ଅର୍ପଣ ଜୀବନ

   ଅସ୍ତ୍ର ଧରିଛନ୍ତି ହସ୍ତେ,

ଯୁଦ୍ଧ କରୁଛନ୍ତି ରାଷ୍ଟ୍ର ରକ୍ଷା ପାଇଁ

   ରାଷ୍ଟ୍ର ପ୍ରେମ ଧରି ହସ୍ତେ।


ବାସ୍ତବରେ ଏହୁ ଦେଶର ସୁପୁତ୍ର

  ଗୁଞ୍ଜେ ତାଙ୍କ ରାଷ୍ଟ୍ର ଭକ୍ତି,

ଶିକ୍ଷା ଦେଉଛନ୍ତି ସମଗ୍ର ବିଶ୍ବକୁ

  ଅଟେ ଏହୁ ରାଷ୍ଟ୍ର ଶକ୍ତି।


ଏପରି ଜନତା ଆବଶ୍ୟକ ରାଷ୍ଟ୍ରେ

  ରାଷ୍ଟ୍ର ପ୍ରେମ ଥିବ ହୃଦେ,

ଅସମ୍ଭବ ନିଶ୍ଚେ ସମ୍ଭବ ହୋଇବ

   ଶିକ୍ଷା ଦିଏ ଜନ ହୃଦେ।


ସ୍ମୃତି ରହିଯିବ ଚିରକାଳ ପାଇଁ

   ରାଷ୍ଟ୍ର ଜନତାଙ୍କ ଶକ୍ତି,

ପ୍ରେରିତ କରିବ ତାଙ୍କ ରାଷ୍ଟ୍ର ପ୍ରେମ

  ଏହୁତ ରାଷ୍ଟ୍ରର ଶକ୍ତି।


ସାମ୍ବାଦିକ କାର୍ଯ୍ୟ ଅତି ହିଁ କଠିଣ

  ଜୀବନେ ଭରୋସା ନାହିଁ,

ରିପୋର୍ଟ କରିବା ଯୁଦ୍ଧ କ୍ଷେତ୍ରେ ଯାଇ

  ଅପୂର୍ବ ସାହାସେ ତହିଁ।


ଖବର ଦିଅନ୍ତି ଯୁଦ୍ଧର ତାଣ୍ଡବ

  ଭୟଙ୍କର ଯୁଦ୍ଧ ସ୍ଥିତି,

ଜନତାଙ୍କ ସ୍ଥିତି ରଖନ୍ତି ଖବରେ

  ବିଭିଷିକା ଯୁଦ୍ଧ ଗତି।


ସାମ୍ବାଦିକ ଏହୁ ବାସ୍ତବ ହିଁ ହିରୋ

  ରାଷ୍ଟ୍ରର ହିଁ ସେ ସୁପୁତ୍ର,

ରାଷ୍ଟ୍ରକର୍ଯ୍ୟେ ସଦା ଆଗଭାର ସେହୁ

  କର୍ମଟି ଗୁଞ୍ଜେ ସର୍ବତ୍ର।


ଏହୁ ସାମ୍ବାଦିକ କର୍ମପଥେ ନିତ୍ୟେ

  ସ୍ମୃତି ରହି ଯାଏ ଭବେ,

ସାହସିକ କାର୍ଯ୍ୟ ଦିଏ ଶିକ୍ଷା ରାଷ୍ଟ୍ରେ

   ହୁଏ ଇତିହାସ ଭବେ।


ଜନତାଙ୍କ ପ୍ରେମ ରାଷ୍ଟ୍ର ସୁରକ୍ଷାରେ

  ବାସ୍ତବିକ ପ୍ରେମ ଏହୁ,

ସାମ୍ବାଦିକ କାର୍ଯ୍ୟ ରିପୋର୍ଟ କରିବା

  ହିରୋ ସାମ୍ବାଦିକ ଏହୁ।


ମନୁଷ୍ୟର କାର୍ଯ୍ୟ କରନ୍ତି ଏମାନେ

  ପ୍ରଭୁ ଉପଦେଶ ଏହୁ,

ମାତୃଭୂମି ପାଇଁ କାର୍ଯ୍ୟ ହିଁ ତାଙ୍କର

   ମନୁଷ୍ୟ କର୍ତ୍ତବ୍ୟ ଏହୁ।


ପ୍ରଭୁ ଭକ୍ତି ଥାଏ ହୃଦୟ ଭିତରେ

   ଭକ୍ତି ଥାଏ ରାଷ୍ଟ୍ର ପ୍ରେମ,

କର୍ତ୍ତବ୍ୟ ପଥରେ ଆଗୁଆ ହୁଅନ୍ତି

   ମନୁଷ୍ୟର ଏହୁ କର୍ମ।


ସ୍ମୃତି ରହି ଥାଏ ଯୁଗ ଯୁଗ ପାଇଁ

  ପ୍ରେରଣାର ଶିକ୍ଷା ଏହୁ,

ପ୍ରେରଣା ଦିଅନ୍ତି କାର୍ଯ୍ୟ କରେ ଯୁବା

  ରାଷ୍ଟ୍ରରେ ଆଦର୍ଶ ଏହୁ।


ୟୁକ୍ରେନ ବାସିଙ୍କ ରାଷ୍ଟ୍ର ପରି ପ୍ରେମ

  ଭାରତରେ ଦରକାର,

ତେବେହିଁ ଭାରତ ହେବ ଶକ୍ତିଶାଳୀ

  ରାଷ୍ଟ୍ର ପ୍ରେମ ଦରକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract