ଶିକ୍ଷା ବ୍ୟବସ୍ଥା
ଶିକ୍ଷା ବ୍ୟବସ୍ଥା
ଯେଉଁ ଦେଶର ଶିକ୍ଷକ ବିକ୍ଷୋଭ କରେ
ଭୋକ ଉପାସର ତାଡ଼ନାରେ ରାଜରାସ୍ତାରେ
ସେ ଦେଶ ଧ୍ୱଂସ ଯାଏ ଅଚିରେ
ବାରେ ଜାଗ ସରକାର ବାହାଦୂର
କର ହେ ନ୍ୟାୟର ବିଚାର
ଦିଅ ଗୁରୁଙ୍କୁ ନାଯ୍ୟ ଅଧିକାର।
କେତେ ଦିନ ଆଉ ଖେଳିବ ଲୁଚକାଳି
ଆପଣା ମୁଖେ ନାନା ରଙ୍ଗ ବୋଳି
ମାସ ମାସ ଧରି ଶିକ୍ଷକଙ୍କ ଅଳି
ତଥାପି ତୁଟୁନି କିମ୍ପା ତୁମ୍ଭ କଳି
ପିଲାଏ ପାଠ ପଢିବେ କିଭଳି
ଦେଶର ଭବିଷ୍ୟ ପଡୁଅଛି ବଳି।
ହିତାହିତ ଜ୍ଞାନ ଯେ ରହିତ ସରକାର
କ୍ଷମତା ନିଶାରେ ହୋଇ ତୁମ୍ଭେ ଚୁର
ଗୁରୁ ଙ୍କ ମହତ୍ତ୍ଵ ହୋଇଲା ବିସ୍ମର
ଗୁରୁ ଙ୍କୁ ଆଦୌ ନମଣ ହେ ନର
ଗୁରୁ ଯେ ଅଟନ୍ତି ସାକ୍ଷାତ ଈଶ୍ଵର
ଗୁରୁ କୋପେ ହେବ ନାରଖାର।