STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
193

ଓଁ

ଓଁ କାର ସ୍ୱରୂପ ନାହିଁ ଆଦି ଅନ୍ତ

ତୁମେ ହେ ଜଗତ ସ୍ୱାମୀ,

ଓଁ ବୀଜମନ୍ତ୍ର ଧ୍ୟାନ କରି ଯୋଗୀ

କୈଳାସେ ପାରନ୍ତି ରମି। 


ନର ଯକ୍ଷ ଦେବ ଗଂଦ୍ଧର୍ବ ଦାନବ

ସବୁରୀ ଆରାଧ୍ୟ ତୁମେ,

ନଟରାଜ ତୁମ ରୁଦ୍ର ତାଣ୍ଡବରେ

ଆତ୍ମା ମୋକ୍ଷଧାମ ଭ୍ରମେ।


ମଃ

ମହାମୃତ୍ୟୁଞ୍ଜୟ ଆହେ ମହାକାଳ

ଜନ୍ମ ମୃତ୍ୟୁ ଅଧୀଶ୍ଵର,

ମନ ଧନ ଜନ ଦେହ ବୁଦ୍ଧି ପ୍ରାଣ

ଘେନା କର ଯୋଗେଶ୍ୱର। 


ଶି

ଶିର ପରେ ଶୋଭେ ଗଙ୍ଗା ଶ୍ବେତଭାନୁ

ଗଳାରେ ଭୁଜଙ୍ଗ ହାର,

ଶିବା ହୃଦେଶ୍ୱର ଭୋଳା ମହେଶ୍ୱର

ତୁମେ ହିଁ ସଂସାର ସାର। 


ବା

ବାମଦେବ ତୁମେ କରୁଣା ସାଗର

ଅଭୟ ବର ଦାୟକ,

ବାଚାଳ ମୁଁ ଜାଣିନାହିଁ କି ମାଗିବି

ତୁମେ ଜୀବନ ନାୟକ।


ଯଜ୍ଞ ଜପ ମନ୍ତ୍ର ଧ୍ୟାନ ଜାଣେନାହିଁ

ଜାଣେନା ମୁଁ ପୂଜା ବିଦ୍ଧି,

ଯମଭୟ ହର ଆହେ ବିଶ୍ୱେଶ୍ୱର

ତୁମେ ଜୀବନର ସିଦ୍ଧି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational