Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4.5  

Rabindra kumar Sahoo

Abstract Inspirational

ଶିଖରେ ମଣିଷ ଶିଖ

ଶିଖରେ ମଣିଷ ଶିଖ

1 min
276


  ହେ ଅତ୍ୟାଚାରୀ ମଣିଷ

    ନଷ୍ଟ ଭ୍ରଷ୍ଟ କରି

   ବିଶ୍ଵକୁ କରିବାକୁ ଗଲଣି ଧ୍ଵଂସ

   ତୁମ ନଷ୍ଟ ବୁଦ୍ଧି ଓ

      ଭ୍ରଷ୍ଟ ଚିନ୍ତା ପାଇଁ

     ବିଷାକ୍ତ ଆଜି

    ଏ ସମୁଦାୟ ବିଶ୍ଵ

    ହତ୍ୟାକାରୀ ହୋଇ

   ତୁମେ ଅତ୍ୟାଚାରୀ ଦଳ

   ଧ୍ଵଂସ ମୁଖକୁ ଠେଲୁଛ

   ଆମ ବିଶ୍ଵ ଓ ଆମ ପରିବେଶ ।


   କେବେ କରୋନା ମହାମାରୀ

   କେବେ ଫ୍ଲାଟ୍ ଫଙ୍ଗସ୍

   କେବେ ହ୍ଵାଇଟ୍ ଫଙ୍ଗସ୍

   ତୁମେ ରେ ମାନବ ଦାନବ ସାଜି

   ଅଟ ଏ ସବୁର ସୃଷ୍ଟିକାରୀ

   ନ ଚିନ୍ତ ନ ଚିନ୍ତ ତୁମେ ମାନେ

    କେବେରେ ଅପାୟ

    ଅଥବା ଶେଷ ପରିଣତି

   ସଦା ଚିନ୍ତ ଉପାୟ

     ନ ଚିନ୍ତ ଆବିଷ୍କାର ଓ

     ଉଦ୍ଭାବନର କୁପରିଣତି ।


    ତୁମେ ନୁହଁ ଈଶ୍ଵର

    ତୁମେ ନୁହଁ ଅଧିପତି ଏ ବିଶ୍ଵର

   ତୁମ ସୀମା ସରହଦ ଭୁଲି

   ବିଜ୍ଞାନ, କାରିଗରୀ ଜ୍ଞାନର

   କରି ଅପବ୍ୟବହାର

   ବିଶ୍ଵେ ରଚ କିମ୍ପା ହାହାକାର

   ମାରଣାସ୍ତ୍ର, ଯୁଦ୍ଧାସ୍ତ୍ର, ଜୈବାସ୍ତ୍ର

   ଆଦିର ପ୍ରୟୋଗ କରି

   ସମଗ୍ର ଜୀବଜଗତେ

    କିମ୍ପା ସୃଷ୍ଟିକର

   ପ୍ରାକୃତିକ ବିପର୍ଯ୍ୟୟର ?


   ଶାନ୍ତିର ବାର୍ତ୍ତାବହ ସାଜି

   ତୁମ ମାନବିକତା, ମଣିଷ ପଣିଆ

   ବୁଦ୍ଧି, ବିବେକ, ଜ୍ଞାନର ମହତ୍ତ୍ଵ ରଖ

    ପ୍ରକୃତି ଓ ପରିବେଶକୁ

    ତିଳେ ହେଁ ପରଖ

    ମାନବ ଜାତିକୁ ତଥା

    ଜୀବଜଗତକୁ ଦେଖ

   ସ୍ଵହସ୍ତେ ବିଶ୍ଵ ଧ୍ଵଂସ କରିବାକୁ

    ଚେଷ୍ଟିତ ନ ହୋଇ

    ପ୍ରାକୃତିକ ବିପର୍ଯ୍ୟୟରୁ

   ରକ୍ଷା ପାଇଁ ଚେଷ୍ଟା ଜାରୀ ରଖ

   ଅପ୍ରାସଙ୍ଗିକ ଓ ଅନାବଶ୍ୟକ

    ଆବିଷ୍କାର ଉଦ୍ଭାବନରୁ

    ହେ ମାନବଜାତି

     ନିଜକୁ ଦୂରେଇ ରଖ

    ବିଜ୍ଞାନର ଦ୍ଵାହି ଦେଇ

   ବିକାଶର ନାଁ ନେଇ

   ମଣିଷ ଜାତି ଉପରେ ନ କର

   ବାରମ୍ବାର ଗବେଷଣା

    କୁଢ କୁଢ ଶବ ପରେ

   ଗବେଷଣାର ସନ୍ଧର୍ବ ନ ଲେଖ

    ହେ ଅତ୍ୟାଚାରୀ ମଣିଷ

    ବନ୍ୟା, ବାତ୍ୟା,

    ପ୍ରାକୃତିକ ବିପର୍ଯ୍ୟୟ,

   ଦୁର୍ଭିକ୍ଷ ଓ ମହାମାରୀରୁ

   ଏବେ ସମୟ ଆସିଛି

   ତୁମେ ଅନେକ କିଛି

    ଶିଖରେ ମଣିଷ ଶିଖ ।


Rate this content
Log in

Similar oriya poem from Abstract