ଶିଖର ଚଣ୍ଡୀଲୋ ଶିଖର ଚଣ୍ଡୀ
ଶିଖର ଚଣ୍ଡୀଲୋ ଶିଖର ଚଣ୍ଡୀ
ଶିଖର ଚଣ୍ଡୀଲୋ ଶିଖରଚଣ୍ଡୀ l
ପାହାଡ଼ ଶିଖରେ ସିନ୍ଦୂର ମୁଣ୍ଡି ll
ବିପଦେ ଆପଦେ ମାଆ ତୁ ସାହା l
ମଙ୍ଗଳମୟୀ ତୁ ମଙ୍ଗଳା ମାଆ ll
ପାର୍ଶ୍ୱେ ରହିଛନ୍ତି ପ୍ରଭୁ ବିଘ୍ନେଶ l
ବିଘ୍ନହର ସିଦ୍ଧି ଦାତା ଗଣେଶ ll
ଅଳପ ଦୂରରେ ବାଣୀ ଶ୍ରୀକ୍ଷେତ୍ର l
ତହିଁ ବିଜେ ପ୍ରଭୁ ଶ୍ରୀଜଗନ୍ନାଥ ll
ଐଶାନ୍ୟକୋଣରେ ଈଶାନେଶ୍ଵର l
ଭୋଳାଶଙ୍କରଙ୍କ ଭବ୍ୟ ମନ୍ଦିର ll
ସମ୍ମୁଖେ ଅଛନ୍ତି ମାଆ ପାର୍ବତୀ l
ଉମା ମାହେଶ୍ୱରୀ ହଇମବତୀ ll
ସୌନ୍ଦର୍ଯ୍ୟ ସୁଷମା ପ୍ରକୃତି ରାଣୀ l
ମୁନି ମନୋହାରୀ ମନମୋହିନୀ ll
ପର୍ଯ୍ୟଟକ ଦଳ ଆସନ୍ତି ଛୁଟି l
ଛୁଟିଦିନ ଦେବେ ଆନନ୍ଦେ କ
ାଟି ll
ବଣଭୋଜି ସ୍ଥଳୀ ବନ ବିହାର l
ରନ୍ଧନ ଭୋଜନ ସୁଖେ ଆହାର ll
ଚଣ୍ଡୀ ରହିଥାନ୍ତି ପଥକୁ ଚାହିଁ l
କେତେଦୁରୁ ଭକ୍ତେ ଆସନ୍ତି ଧାଇଁ ll
ଦରଶନ କର ହେଳା ନକରି l
ଢାଳିଦେବେ ମାଆ ଆଶିଷବାରି ll
ଜୟ ଧ୍ୱଜା ଉଡ଼େ ମାଆ ତୋହର l
ତୋ ସହର ମାଆ ଭୁବନେଶ୍ୱର ll
ଜଗତ ଭିତରେ ନଗର ରାଣୀ l
ମନ୍ଦିରମାଳିନୀ ମନୋହାରିଣୀ ll
ମାଆଲୋ ମଙ୍ଗଳେ ମଙ୍ଗଳ କର l
କୁଶଳେ ରଖିଥା ସନ୍ତାନେ ତୋର ll
ତୁହି ମା ଜନନୀ ତୁହି ମା ଚଣ୍ଡୀ l
କଳାପାହାଡ଼କୁ କୋଣାର୍କେ ଭଣ୍ଡି ll
ଦୁର୍ଗତି ନାଶିନୀ ଖଣ୍ଡ ଦୁର୍ଗତି l
ନମସ୍ତେ ନମସ୍ତେ ମା' ଭଗବତୀ ll