STORYMIRROR

Nirupama Giri

Classics

2  

Nirupama Giri

Classics

ଶୀତୁଆ ସକାଳ

ଶୀତୁଆ ସକାଳ

1 min
484

ସେ ମାଘ ମାସର ଶୀତୁଆ ସକାଳ, 

ମନେପଡେ ଯେବେ ଆଜି

ଅତୀତ ଟା ଲାଗେ ଅତି ମନୋହର, 

ସତେ ଲାଜରେ ଯାଏ ମୁଁ ଭିଜି

ମନେପଡେ ଆଜି ସେଦିନର, ସେଇ, 

କାକର ଭରା ସକାଳେ

ଗଙ୍ଗଶିଉଳି ର ମହକ ସତରେ, 

ଶିହରଣ ଭରୁଥିଲା ମନେ

ସେ ମହକ ରେ ମତୁଆଲା ହୋଇ, 

ଚାଲି ଯାଉଥିଲି ଆଗକୁ

ଚଗଲା ପବନ ଟା ଅମାନିଆ ହୋଇ,

ଉଡେଇ ନେଲା ମୋର ଓଢଣୀ କୁ

ଉଡିଯାଇ ଓଢଣୀ ମୋ

ଲାଗି ଗଲା ଦେହେ ତୁମ

ଦୁଷ୍ଟାମୀ ମିଶା

ପ୍ରେମ ଭରା ହସ ସାଥେ, 

ଦେଇଥିଲ ଓଢଣୀ କୁ

ତୁମେ ମୋର ହାତେ

ମୋ ଲାଜୁଆ ଚାହାଣୀ ସାଥେ, 

ମିଶିଥିଲା ତୁମ ଦୁଷ୍ଟ ଚାହାଣୀ

ଭିଜା ଭିଜା କାକର ର

ପ୍ରେମ ଭରା ଆସ୍ତରଣ ତଳେ,

ଆରମ୍ଭ ହେଲା

ନୁଆ ଏକ ପ୍ରେମ କାହାଣୀ

ନୁଆ ଏକ ପ୍ରେମ କାହାଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics