ଦେବଦାସୀ
ଦେବଦାସୀ
ଦେବଦାସୀ ଟିଏ ମୋତେ
କରିଦେ କାଳିଆ
ନାଚୁଥିବି ତୋ ପାଇଁ
ସଂସାର ର ମିଛ, ମୋହ ମାୟାରେ ମୋ
ଲୋଭ ଜମାରୁ ନାହିଁ
ପାଦରେ ପିନ୍ଧିବି ନୂପୁର,
ତା ସାଥେ ନାଲିଆ ଅଳତା,
ସିନ୍ଥି ରେ ପିନ୍ଧିବି, ତୋ ନାମେ ସିନ୍ଦୁର
ଦେହେ ଥିବ ପାଟ ଲୁଗା
ନୂପୁର ର ସେଇ ରୁଣୁଝୁଣୁ ଶବ୍ଦେ
କମ୍ପିବ ଦେଉଳ ତୋର
ମନ ଭରି ସତେ, ନାଚୁଥିବି ମୁଁହି
ପାଦ ଥମିବନି ମୋର
ଜୀବ ଥିବା ଯାଏ,
ରହିଥିବି ମୁଁହି
ଦାସୀ ଟିଏ ହୋଇ ତୋର
