ବାପାଙ୍କ ପାଇଁ ପଦେ
ବାପାଙ୍କ ପାଇଁ ପଦେ
ମୁଁ ଯେତେବେଳେ ଶୋଇପଡ଼େ,
ଚୁପକି ଆସି,ମୁଣ୍ଡରେ ହାତ ବୁଲେଇ
ଆଶିଷ ଦିଅନ୍ତି...... ମୋ ବାପା ।
ସକାଳୁ ଉଠି ଭାଙ୍ଗେ.....
ମୁଁ ଯେବେ ଅଳସ,
ଥକାପଣ କୁ ଭୁଲି, କର୍ମକ୍ଷେତ୍ର କୁ,
ପୁଣି ବାହାରି ଯାଆନ୍ତି... ମୋ ବାପା ।
ନିଜେ ଖରାରେ ରହି
ମୋତେ ଛାଇ ଦେଲେ... ମୋ ବାପା ।
ସ୍ବପ୍ନ ଦେଖେ ଯାହା ମୁଁ
ପୁରା କରିବାରେ....
ସାହାଯ୍ୟ କରନ୍ତି...ମୋ ବାପା
ମୁଁ ତ ମୋ ଖୁସିରେ ହସେ
ହେଲେ ମୋ ହସରେ
ଯିଏ ଖୁସି ହୁଅନ୍ତି
ସେ ହେଲେ, ମୋ ବାପା ।
ନିଜେ ଭୋକରେ ରହି...
ମୋ ପେଟ ପୁରା କରନ୍ତି,ମୋ ବାପା ।
ଅସୁବିଧା ଆସିବା ପୂର୍ବରୁ....
ସବୁ ସୁବିଧା କରିଦିଅନ୍ତି, ମୋ ବାପା ।
ମୋତେ ମଣିଷ କରିବାକୁ ଯାଇ
ନିଜ ଖୁସିର ଜଳାଞ୍ଜଳି ଦେଲେ
ସେ ହେଉଛନ୍ତି, ମୋ ବାପା ।
ସମସ୍ତଙ୍କ ଠୁ ବେଶି ସ୍ନେହ କରି ବି...
ଯିଏ କୁହନ୍ତିନି କେବେ
ସେ ମୋ ବାପା ।
ତାଙ୍କ ସ୍ନେହ, ପ୍ରେମ ଆଗରେ
ଶବ୍ଦ ସବୁ ଅନେକ ଛୋଟ ।
ତାଙ୍କ ପଦ ଯୁଗଳ ରେ...
କୋଟି କୋଟି ପ୍ରଣାମ ।
ତାଙ୍କ ପ୍ରେମ ନିକଟରେ
ଚିର ଋଣୀ ସଦା,
ଚିର ଋଣୀ ସଦା ।
