ମାଆ
ମାଆ
1 min
363
ଏ ସଂସାରକୁ ଆସିବାକୁ...
ଚାହେଁ ମୁଁ ମାଆ |
ଦୁନିଆ ଟା କୁ.....
ଦେଖିବାକୁ ଚାହେଁ ମୁଁ ମାଆ |
ତୋ ଅଗଣାରେ ତୁଳସୀ ହେଇ....
ବଢିବାକୁ ଚାହେଁ ମୁଁ ମାଆ |
ପାଉଁଜିକୁ ଛମ ଛମ କରି...
ଚାଲିବାକୁ ଚାହେଁ ମୁଁ ମାଆ |
ତୋ ସ୍ନେହ, ଭଲପାଇବାର...
ଛାଇ ତଳେ ବଢ଼ିବାକୁ....
ଚାହେଁ ମୁଁ ମାଆ |
ଫୁଲ ର ବାସ୍ନା ପରି....
ମୁଁ ବି ଚାହେଁ.....
ବିଛୁରିତ ହେବା ପାଇଁ ମାଆ |
