STORYMIRROR

Nirupama Giri

Others

3  

Nirupama Giri

Others

ଆଖିଏ ଲୁହ

ଆଖିଏ ଲୁହ

1 min
284

ମନେପଡେ ଆଜି,

ସେଇ ଏକାନ୍ତ ମୁହୂର୍ତ୍ତ |

ସମୁଦ୍ରର ବେଳାଭୂମିରେ...

ବସିଥିଲୁ ଦୁହେଁ,

ବୋହି ଯାଉଥିଲା.....

ଶାନ୍ତ ଶୀତଳ ସମୀର |

ଆଖିରେ ଭରିଥିଲା...

ଆଖିଏ ସ୍ବପ୍ନ |

କେଜାଣି କୁଆଡୁ, ଆସିଗଲା ଝଡ଼...

ଶାନ୍ତ ସମୁଦ୍ରର, ଅଶାନ୍ତ ଢେଉ ପରି,

ଉଜୁଡ଼ିଗଲା ସ୍ବପ୍ନ ଆମର |

ସୁନେଲି ସ୍ବପ୍ନ ଭରା ଆଖିରେ....

ଦେଇଗଲା ଆଖିଏ ଲୁହ |

ସେ ଆଖିର ଲୁହରେ...

ସତେକି ଭାସିଗଲା, ସବୁ ସମ୍ପର୍କ ର ବନ୍ଧ |

ମନେପଡେ ଆଜି.....

ସେଇ ଏକାନ୍ତ ମୁହୂର୍ତ୍ତ |


Rate this content
Log in