ଶୀତୁଆ ସକାଳ
ଶୀତୁଆ ସକାଳ
ହେମନ୍ତର କାକର ବିନ୍ଦୁ
ତପନର ସୁନେଲି ଆଲୋକରେ
ମରୁତର ସ୍ବାଗତ ଗୀତିକାରେ
କାର୍ତ୍ତିକର ଧରମ ସବାରୀରେ
ରାତ୍ରର ଘନ ଅନ୍ଧକାର ଚିରି
ଓହ୍ଲାଇ ଆସେ ଶୀତୁଆ ସକାଳ
ରମଣୀୟ କରି ସଜାଏ ।
ଶୀତୁଆ ସକାଳ
ପଲ୍ଲବୀତ ତରୁଗଣ ସୁଶୋଭିତ
କଳିକା ପୁଷ୍ପର ସମ୍ଭାରରେ
କାକର ପରଶରେ ହୋଇଥାନ୍ତି
ପ୍ରସ୍ଫୁଟିତ ହୋଇ ଗାଇଉଠନ୍ତି
ନବ ଝଙ୍କାର ଗୀତ ।
ଅଗସ୍ତି ବୃକ୍ଷର କଳିକା ଲାଗେ
ବାଳଇନ୍ଦୁ ସମ ନିର୍ମଳ ଗଗନେ
ବାନ୍ଧିଦିଏ ଆହ୍ଲାଦ ଭରା ଉନ୍ମାଦ
ପଲ୍ଲୀରେ କାଷ୍ଠ ସଂଯୋଜିତ
ଧୂଆଁ ବାନ୍ଧିଦିଏ ସମାବେଶ
ଦୂରାଏ ଧୁମାଳ
ଦୂରାଏ କୁହୁଡିର ପରସ୍ତ
ନଈ ପୋଖରୀରେ ହୁଏ ପଦ୍ମ
ପ୍ରସ୍ଫୁଟିତ ଭଅଁର ସଙ୍ଗେ କରନ୍ତି ଆଳାପ
ପଖୋରୀ ଜଳ ଲାଗଇ ସୁନିର୍ମଳ
ଶୀତୁଆ ସକାଳ ଭରିଦିଏ ସରସ ।।
