STORYMIRROR

Pramila Mohanty

Abstract Others

4  

Pramila Mohanty

Abstract Others

ଶୀତୁଆ ସକାଳ

ଶୀତୁଆ ସକାଳ

1 min
271

ହେମନ୍ତର କାକର ବିନ୍ଦୁ

ତପନର ସୁନେଲି ଆଲୋକରେ

ମରୁତର ସ୍ବାଗତ ଗୀତିକାରେ

କାର୍ତ୍ତିକର ଧରମ ସବାରୀରେ

ରାତ୍ରର ଘନ ଅନ୍ଧକାର ଚିରି

ଓହ୍ଲାଇ ଆସେ ଶୀତୁଆ ସକାଳ

ରମଣୀୟ କରି ସଜାଏ ।

ଶୀତୁଆ ସକାଳ

ପଲ୍ଲବୀତ ତରୁଗଣ ସୁଶୋଭିତ

କଳିକା ପୁଷ୍ପର ସମ୍ଭାରରେ

କାକର ପରଶରେ ହୋଇଥାନ୍ତି

ପ୍ରସ୍ଫୁଟିତ ହୋଇ ଗାଇଉଠନ୍ତି

ନବ ଝଙ୍କାର ଗୀତ ।

ଅଗସ୍ତି ବୃକ୍ଷର କଳିକା ଲାଗେ     

ବାଳଇନ୍ଦୁ ସମ ନିର୍ମଳ ଗଗନେ 

ବାନ୍ଧିଦିଏ ଆହ୍ଲାଦ ଭରା ଉନ୍ମାଦ

ପଲ୍ଲୀରେ କାଷ୍ଠ ସଂଯୋଜିତ

ଧୂଆଁ ବାନ୍ଧିଦିଏ ସମାବେଶ

ଦୂରାଏ ଧୁମାଳ 

ଦୂରାଏ କୁହୁଡିର ପରସ୍ତ

ନଈ ପୋଖରୀରେ ହୁଏ ପଦ୍ମ

ପ୍ରସ୍ଫୁଟିତ ଭଅଁର ସଙ୍ଗେ କରନ୍ତି ଆଳାପ

ପଖୋରୀ ଜଳ ଲାଗଇ ସୁନିର୍ମଳ

ଶୀତୁଆ ସକାଳ ଭରିଦିଏ ସରସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract