ଶୀତରେ ଶୀତ
ଶୀତରେ ଶୀତ
ଶୀତରେ ଶୀତ
ତୁ ଆସିଲୁ ସତ
ହେବାକୁ ସବୁରି ମିତ
ଶୀତରେ କରାଇବୁ ପ୍ରୀତ ॥
ପ୍ରେମୀ ଯୁଗଳ ପାଇଁ
ଶୀତ ସକାଳ ବଢିଆ
ପିଲାଙ୍କ ପାଠପଢା ପାଇଁ
ତୁ ବଡ ଅଖାଡୁଆ ।
କାହିଁ କେତେ ଶୀତ ଆଣିଛୁ
ସଭିଙ୍କ ହୄୄୄୄୄୄଦୟ ଜିତୁଛୁ
ପର୍ବପର୍ବାଣୀ ସାଥେ ଆଣି ତୁ
ପ୍ରଶଂସା ଅତି ପାଉଛୁ ।
ନାନା ଫୁଲଫଳ ଆଣୁ ମସ୍ତକେ
ପ୍ରଭୂଙ୍କ ଚରଣ ସେବା ପାଇଁ
ଆଲୋ ଏ ଶୀତ ଟିକେ ବୁଝିବୁ ମୋତେ
ଶୀତ ସକାଳର ମଙ୍ଗଳ ପାଇଁ ।
ମନେ ଅଛି ଆଜି ବି ସେଦିନ
ସେ ସୁନ୍ଦର ଶୀତ ସକାଳ
ଯେବେ ମୁଁ ଚଦର ଘୋଡେଇ
ଶୋଇବାଚୁ ହେଉଥିଲି ବିକଳ ।
ସେ ପିଲା ଦିନ ମୋ ସରି ସରି ଗଲା
ଅଜାଣତେ ହେଲା ବନ୍ଧା ଜନ୍ତାରେ
ହେଲେ ଭୂଲିବିନି କେବେ ତୋ ସ୍ପର୍ଶ
କଥା ଦେଲି ତୋତେ ଆଜି ଦିନରେ ॥

