ଶୀତରାଣୀ ପାଶେ ଋଣୀ
ଶୀତରାଣୀ ପାଶେ ଋଣୀ
ଯେତେବାର ଦେଖିଅଛି ଆଗରୁ ମୁଁ ନିକଟରୁ
ପ୍ରତିଥର ଶୀତରାଣୀ ଲାଗ ନୂଆ ନୂଆ,
ବର୍ଣ୍ଣିବାକୁ ଅନୁଭବ ସବୁକୁ ଭାଷା ଶବଦେ
ମନେହୁଏ ଅସମ୍ଭବ ତୁମେ କି ଅନନ୍ଯା !
ଗଳ୍ପ କବିତା ପ୍ରବନ୍ଧ ସ୍ଫୁରେ କଣ୍ଠେ ପବନରେ
ଲେଖାଯାଏ ଭାବି ଚିନ୍ତି କଲମ କାଗଜେ,
ଅଟ ତୁମେ ଶୂନ୍ଯଦେହୀ ଆସୁଛ ମର୍ତ୍ତେ ଓହ୍ଲାଇ
କାହାକୁ ବି ଜଣାଅନି ଠିକଣା ସଲ୍ଲଜେ ।
ସହିବାକୁ ଧୈର୍ଯ୍ୟ ଦିଅ ଅପେକ୍ଷାର ଫଳ ଦିଅ
ଅବିଶ୍ବସନୀୟ ତୁମେ ଋତୁ ଶୀତରାଣୀ ,
ପ୍ରକୃତି ସ୍ବରୂପେ ଆସି ଭରି ଦେଇଯାଅ ଖୁସି
ତୁମ ପାଶେ ସଦା ଆମେ ରହିଥିବୁ ଋଣୀ ।