STORYMIRROR

Puspanjali Panda

Abstract

2  

Puspanjali Panda

Abstract

ଶୀତର ଗଣ୍ଠିଲି

ଶୀତର ଗଣ୍ଠିଲି

1 min
175

ଶୀତ ଆସିଲାଣି

କନ୍ଥା ସିଲେଇବାଲା ଟା ତେଲେଙ୍ଗା ବୋଲି

ମା ମୋର ଠାର ରେ

କଥା କହିଲାଣି

ଗଣ୍ଠିଲି ଖୋଲି

ପୁରୁଣାଲୁଗା କପଡ଼ା ସବୁ କାଢ଼ି ଦେଉଛି

ଆଦର କରି ସଜଉଛି ସେ

ହୁକ ବୋତାମ ଖୋଲି


ତା ଅଜାଣତେ ,

ହାତଦେଉଛି ଆଉଁସି ସେହି ଲାଲ୍ ସାର୍ଟ ବାଛି

ଭାଈ କୁ ଭାରି ମାନୁଥିଲା

ପିନ୍ଧୁଥିଲା କେତେ

ଖେଳେଇ ଚାଲୁଥିଲା,

ଆଖିରଲୁହ ପୋଛିଦେଇ ମଛି ମିଛିକା ହସିହସି

ଭାଈର ସାର୍ଟ ଯେତେ

ଲୁଚାଇ ରଖୁଥିଲା


ଶୀତ ଆସେ ସତ,

ଫରକ କିଛି ପଡେନାହିଁଁ,ସବୁ ସମାନ ମା ପାଇଁ

ଭାଈ ଗଲାଦିନୁ

ସବୁ ଲାଗେ ତୁଛ

ଖରା ବର୍ଷା ଶୀତ ,

ୠତୁ ବଦଳି ଚାଲେ, ଜୀବନ ଖେଳେ ଖେଳ

ମା ବଦଳେନି

କିଛି ସ୍ମୃତି ମା ପାଇଁ

ବଞ୍ଚିବା ଖୋରାକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract