ଶୀତର ଗଣ୍ଠିଲି
ଶୀତର ଗଣ୍ଠିଲି
ଶୀତ ଆସିଲାଣି
କନ୍ଥା ସିଲେଇବାଲା ଟା ତେଲେଙ୍ଗା ବୋଲି
ମା ମୋର ଠାର ରେ
କଥା କହିଲାଣି
ଗଣ୍ଠିଲି ଖୋଲି
ପୁରୁଣାଲୁଗା କପଡ଼ା ସବୁ କାଢ଼ି ଦେଉଛି
ଆଦର କରି ସଜଉଛି ସେ
ହୁକ ବୋତାମ ଖୋଲି
ତା ଅଜାଣତେ ,
ହାତଦେଉଛି ଆଉଁସି ସେହି ଲାଲ୍ ସାର୍ଟ ବାଛି
ଭାଈ କୁ ଭାରି ମାନୁଥିଲା
ପିନ୍ଧୁଥିଲା କେତେ
ଖେଳେଇ ଚାଲୁଥିଲା,
ଆଖିରଲୁହ ପୋଛିଦେଇ ମଛି ମିଛିକା ହସିହସି
ଭାଈର ସାର୍ଟ ଯେତେ
ଲୁଚାଇ ରଖୁଥିଲା
ଶୀତ ଆସେ ସତ,
ଫରକ କିଛି ପଡେନାହିଁଁ,ସବୁ ସମାନ ମା ପାଇଁ
ଭାଈ ଗଲାଦିନୁ
ସବୁ ଲାଗେ ତୁଛ
ଖରା ବର୍ଷା ଶୀତ ,
ୠତୁ ବଦଳି ଚାଲେ, ଜୀବନ ଖେଳେ ଖେଳ
ମା ବଦଳେନି
କିଛି ସ୍ମୃତି ମା ପାଇଁ
ବଞ୍ଚିବା ଖୋରାକ
