STORYMIRROR

Ram Prasad Bisoi

Fantasy Abstract

2  

Ram Prasad Bisoi

Fantasy Abstract

ଶୀତ-ତୋ ସହ ମଣିଷ ବି ବଦଳିଯାଏ

ଶୀତ-ତୋ ସହ ମଣିଷ ବି ବଦଳିଯାଏ

1 min
2.6K


ଶୀତ,

କଲମଟିଏ ଧରି ଥାଅ,

ଶବ୍ଦ ଗୁଡିକ ଅଜାଡି ହୋଇଯାଉ,

ଗତଶୀତରେ,

ଧାନକେଣ୍ଡା ଗୁଡିକ 

ହସୁଥିଲେ କ୍ଷେତରେ,

ଏଥର 

କେଣ୍ଡା ପୋକ ଖାଇଗଲେ,

ଖବର କାଗଜରେ 

ହେଡ ଲାଇନରେ ପୁଣି ଚାଷୀଙ୍କ ଆତ୍ମହତ୍ୟା ,

ତଥାପି

ଶୀତ ତୁ ହସୁଛୁ, 

ହଳଦିଆ ରଙ୍ଗ ଶାଡୀ ଅଳସୀ କ୍ଷେତରେ

ସକାଳୁଆ ଆଦିବାସୀ ଗାଁ 

ଧୁନିରେ

ଫୁଲବାଣୀର 

ପ୍ରବଳ ପ୍ରକୋପ ପାହାନ୍ତିଆ 

ହାଡ଼ଭଙ୍ଗା ଥଣ୍ଡାରେ

କୋରାପୁଟର ଧୂଆଁଳିଆ କୁହୁଡ଼ିର

କବିର କଲମ ମୁନରେ,

ଘରଛଡା ସଦ୍ୟ ବିବାହିତ କନ୍ୟା 

ଆଖି ଲୁହରେ,

ଜୋଇଁଛାଡ଼ ଯାକ ଜମକିଆ ଭୋଜି ଭାତରେ,

ପୁଷ ପୁନେଇଁର ଆଦବାସୀ ଯୁବକ ଯୁବତୀଙ୍କ ଉଚ୍ଚଶୃଙ୍ଖଳ କାମକେଳି 

ନୃତ୍ୟ ତାଳରେ,

ଶୀତ ତୁ ବଦଳୁ ବୟସ୍କ ହେଲେ

ମଣିଷକୁ ବି ବଦଳାଇ ଚାଲୁ 

ତୋ ସହ

ରାତ୍ରିର କୋଳରେ କମ୍ବଳ 

ଭିତରେ----------------!

©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy