STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ଶୀତ ସନ୍ଧ୍ୟା ଅଳକା ଓ ମୁଁ -ରୀତା

ଶୀତ ସନ୍ଧ୍ୟା ଅଳକା ଓ ମୁଁ -ରୀତା

1 min
377

ସେ ଶୀତ ସନ୍ଧ୍ୟା ରେ ତୁମେ ଗୋଲାପୀ ପରୀ ପରି ଦିଶୁଥିଲା ଅଳକl

ଅଳ୍ପ ଅଳ୍ପ ପଡ଼ିଥଲା ଶୀତ ତୁମେ କିନ୍ତୁ ଥରୁଥିଲ ଗୋଟାପଣେ

ମତେ ଜମା ଶୀତ ନଥିଲା ତୁମେ ତ ମୋ ପାଖରେ ଥିଲ

କେଳି କୁସୁମ ବି ମନ ମୋହୁ ନଥିଲା

ତୁମ ମୁହଁରୁ ଆଖି ଫେରୁ ନଥିଲା

ତୁମେ ସାଥେ କଫି ପିଇବାର ମଜା ଥିଲା ନିଆରା

ତୁମ ହସ ସେ ସାରା ପରିବେଶ କୁ ମତୁଆଲା କରିଥିଲା

ଯେତେ କଥା ହେଲେ କଥା ହେଲେ କଥl ସରୁ ନଥିଲl

ଟିକେ ଟିକେ ବ୍ୟବଧାନ ରେ ତୁମେ ଘଡିଦେଖୁଥିଲ।

ମୁଁ କିନ୍ତୁ ଜମା ବ୍ୟସ୍ତ ନଥିଲି

ସମୟକୁ ବନ୍ଦୀ କରିବାକୁ ମନ ହେଉଥିଲା

ଆଜି ବି ଶୀତ ଅଛି ସେ କଫି କାଫେ ଅଛି

ନାହିଁ କେବଳ ଅଳକା

ତା ବିନା ମୋ ଜୀବନରେ କେବଳ ଶୁନ୍ୟତା

ଜଙ୍ଗଲ ଠୁ ଅଧିକ ଡ଼ରୁଉଥିଲା ମୋର ଚିର ପରିଚିତ ଦୁନିଆ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance