Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Abstract Others

3  

Bijay Prusty

Abstract Others

ଶୀତ ସକାଳର ଅନୁଭବ

ଶୀତ ସକାଳର ଅନୁଭବ

1 min
403



ରାତି ପାହିଆସେ କୁଆଁତାରା ଦିଶେ

ତୋଫା ତୋଫା ଜହ୍ନରାତି

କାହିଁ କେତେଦୂରେ ବିଲୁଆ ଡାକୁଛି

ଥରାଇ ଦେଉଛି ଛାତି I

ସୁରୂଜ ଉଇଁଲେ ଦୁନିଆଁ ଚେଇଁଲା

ଆଖି ମୋ ଖୋଲିଲା ନାହିଁ

ଆଖିତଳେ ମୋର ସପନ ଶେଯରେ

ତୁମେ ପରା ଥିଲ ଶୋଇ I 

କେମିତି ଭାଙ୍ଗିବି ସପନ ତୁମର

କାହିଁକି ଖୋଲିବି ଆଖି

ଶୀତ ସକାଳର କାକର ବିନ୍ଦୁରେ

ତୁମ ଛବି ଦେଲି ଲେଖି I

ଝରା ଶେଫାଳୀର ହସ ଲିଭିଲାଣି

ଛୁଟାଉନି ଆଉ ବାସ

ନଈ ତୁଠେ କେତେ ଫୁଲଙ୍କର ଭିଡ

ଝଡେ କାଶତଣ୍ଡୀ କେଶ I

ନୂଆ ବୋହୁଟିର ପାଦର ଅଳତା

ନାଲିଦିଶେ ନଈ ତୁଠ

ଆଖିତଳେ ମୋର ସ୍ୱପ୍ନର ମହଲ 

ଜୀବନର ଚିତ୍ରପଟ I

ବଢି ବଢିଯାଏ ଦିନର ବୟସ

ଉଠିପଡ ତୁମେ ସଖୀ

କମ୍ବଳ ଭିତରେ ଶୀତ ଲୁଚିଯାଏ 

ସପନ ହଜାଏ ଆଖି I

 


Rate this content
Log in