Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Children

3  

Suresh chandra Padhy

Children

ଶୀତ ସକାଳ

ଶୀତ ସକାଳ

1 min
138



ଶୀତ ସକାଳରେ ଭାରି ଅଳସ ଲାଗୁ ଅଛି

ଦେହ ଥରୁଛି ମନ ବି ଦୋହଲୁଛି

ବିନ୍ଦୁ ବିନ୍ଦୁ ଶିଶିରର ଟୋପାରେ ଭ୍ରମଣ କରୁ ଅଛି

କୁହୁଡି ରେ ସକାଳ ଟା ସୁନ୍ଦର ଲାଗୁଛି ।


ଆସ ଭାଇ ଭଉଣୀ ବୁଲି ବାକୁ ଯିବା

ଶୀତୁଆ ସକାଳେ ଚା ବିସ୍କୁଟ ଖାଇବା

ଖରା ରେ ଟିକେ ଆମେ ବୁଲିବା 

ଏ ଖରା ଦେହ କୁ ହିତ ଆମେ ଜାଣିବା ।


ଆସ ଆମେ ମନ୍ଦିର କୁ ଯିବା

ଶଙ୍ଖ ଫୁଙ୍କିବା ମଙ୍ଗଳ ଆରତୀ ଦେଖିବା

ଶୀତ ସକାଳରେ ଆମେ ଧର୍ମ କରିବା

କାର୍ତ୍ତିକ ମାସରେ ପୁଣ୍ୟ ଆମେ ଅରଜିବା ।


ଆସ ଆମେ ବନ ବିହାର କରିବା

ଭୋଜି କରିବା ପ୍ରକୃତି କୁ ଦେଖିବା

ଶୀତରେ ଆମେ ସଭିଏଁ ବୁଲିବା

ସକାଳ ରେ ବାହାରି ରାତି ରେ ଫେରିବା ।


ବରଷ କେ ଥରେ ଶୀତ ଆସିଛି

ସାଥିରେ ଫୁଲ ଓ ଫଳ ଆଣିଛି

ଶୀତ ସକାଳର ମଜା ଆସ ନେବା

ଶୀତ ରେ ମିତ ଆମେ ଗୀତ ଗାଇବା ।


Rate this content
Log in

Similar oriya poem from Children