STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ରଣପା

ରଣପା

1 min
8


ବାଜେ ଢୋଲ ଚାଙ୍ଗୁ   ଶଙ୍ଖ ଓ ମହୁରୀ

      ଖାନ୍ଦେ ରଣପା ବାନ୍ଧିଣ

ମୟୂର ବାନର      ଚଢେୟା ଭଙ୍ଗୀରେ

       ନୃତ୍ଯଗୀତ ପ୍ରଦର୍ଶନ 

       ପ୍ରସିଦ୍ଧ ଓଡିଶା ଆମ

ଜଟିଳ ରଣପା    ଲୋକ ନୃତ୍ଯଗୀତେ

     ଖ୍ଯାତ ଦକ୍ଷିଣେ ଗଞ୍ଜାମ ।

ଛଅ ଫୁଟ ଲମ୍ବ    ବାଉଁଶ ବାଡିରେ

      ଦୁଇ ତିନି ଫୁଟ ଉଚ୍ଚେ

ପାଦୁକା ଉପରେ    ପାଦ ବନ୍ଧାଯାଏ 

      ଦଉଡି ଗୁଡାଇ ଶକ୍ତେ

      ବାଦ୍ଯ ସଙ୍ଗୀତର ତାଳେ

ବାଉଁଶ ବାଡିର      ଉପର ଅଂଶକୁ

      ଧରି ନାଚିବାକୁ ପଡେ ।

ଆଗକୁ ପଛକୁ     ଚଲା ବୁଲା ଡିଆଁ

       ରଖି ଭୂମି ସନ୍ତୁଳନ

ଦୁଇ ପ୍ରତିଦ୍ବନ୍ଦୀ      ଯୁଦ୍ଧ କଉଶଳ

       କରିଥାନ୍ତି ପ୍ରଦର୍ଶନ 

       ପ୍ରତିରକ୍ଷା ଆକ୍ରମଣ 

ଭେରୀ ତୁରୀ ନାଦେ    ଘୋଡା ଟାପୁ ଶବ୍ଦେ

      ପୃଥ୍ବୀ ହୁଏ କମ୍ପମାନ ।

ହଳଦିଆ ନାଲି     ଧୋତି କୁର୍ତ୍ତା ପିନ୍ଧି

      ମୁଣ୍ଡରେ ମୁଣ୍ଡାଇ ଘଟ

ଘଣ୍ଟାକୁ ବଜାଇ     ରଣପା ନାଚଇ 

      ଶାରଳା ମାଆ ସେବକ

      ଅମା ଶ୍ରାବଣ ଭାଦ୍ରବେ

ପୂଜନ୍ତି ଭୂଦେବୀ     ଘଣ୍ଟପାଟୁଆଏ

     ଚର୍ମରୋଗୁ ମୁକ୍ତି ଲାଭେ ।

ଗିରି ଗୋବର୍ଦ୍ଧନ    ଦୋଳ ଚିତାଲାଗି

     ସପ୍ତପୁରୀ ପାରବଣେ

ରୁଣୁଝୁଣୁ ବାଜେ    ରଣପା ଘୁଙ୍ଗୁର

     ହର୍ଷ ଗୋପାଳକ ଗଣେ

     ରୁଣ୍ଡ ହୋଇ ବୃତ୍ତାକାରେ

ଗାୟନ କରନ୍ତି    କୃଷ୍ଣ ବାଲ୍ଯଲୀଳା

     ସୁସ୍ବରେ ଆତ୍ମ ବିଭୋରେ ।

       -------



Rate this content
Log in

Similar oriya poem from Inspirational