STORYMIRROR

Bhagabat Sahoo

Others Children

3  

Bhagabat Sahoo

Others Children

ମୁଁ ହେବିରେ ହେବିରେ ହେବିରେ

ମୁଁ ହେବିରେ ହେବିରେ ହେବିରେ

1 min
13


ମୁଁ ହେବିରେ ହେବିରେ ହେବିରେ 

ହେବିରେ ମୁଁ ଭଲ ଚାଟ

ସଞ୍ଜ ସକାଳ ରେ ଟିୟୁସନ ଯିବି

ପଢ଼ିବି ମୁଁ ନିଜ ପାଠ !!

ସବୁ ଦିନ ମୁହିଁ ସ୍କୁଲ କୁ ଯିବି

ଭୁଲିବିନି ତାର ବାଟ

ଗୁରୁ ଯାହା ନିତି ପଢା ମୋତେ ଦେବେ

ନୀତିମୁ କରିବି ଶେଷ !!

ଗୁରୁ ଆଜ୍ଞା କେବେ ଅବଜ୍ଞା ନକରି

ରଖିବି ତାଙ୍କର ଟେକ

ମନ ଦେଇ ପ୍ରତି ବିଷୟ ପଢ଼ିବି

ଶ୍ରେଣୀରେ ହେବି ମୁଁ ଶ୍ରେଷ୍ଠ !!

ନିଜ ମାତୃଭାଷା ଟେକ ମୁଁ ରଖିବି

ପଢ଼ିବି ମୁଁ ଇତିହାସ

ଇଂରାଜୀ ଭୂଗୋଳ ସଂସ୍କୃତ ଓ ହିନ୍ଦୀ

କସିବି ନିତି ମୁଁ ଅଙ୍କ !!

ଚିତ୍ରାଅଙ୍କନ ମୁଁ କରିବି ଖାତାରେ

ରଙ୍ଗ ଦେଇ ସବୁ ଚିତ୍ର

ଖେଳ ସମୟ ରେ ଖେଳ ମୁଁ ଖେଳିବି

ଭଲ ମୋ ରହିବ ସ୍ୱାସ୍ଥ୍ୟ !!

ଶିକ୍ଷା କୁ କରିବି ଜୀବନ ଜୀବିକା

ପୋଷିବାକୁ ମୋର ପେଟ

ପାଠ ମୁଁ ପଢିଲେ ବାପା ମାଆଙ୍କର

ବଢିବ ନିଶ୍ଚୟ ଯଶ !!

ମୁହିଁ ତ ପଢ଼ିବି ଶିକ୍ଷିତ ହୋଇବି

ପଢେଇବି ଯେତେ ଛୋଟ

ନିରକ୍ଷରତା କୁ ଦୂର କରିଦେବୁ

ସବୁ ହୋଇଏକଜୁଟ !!


Rate this content
Log in