STORYMIRROR

Akshaya Dash

Inspirational Children

3  

Akshaya Dash

Inspirational Children

ସନ୍ଥ

ସନ୍ଥ

1 min
17

ଆମରି ପରି ମଣିଷ ଟିଏ

ନିଜକୁ ବଡ କହେନି ସିଏ

ସବୁରି କଥା ଶୁଣଇ ବୋଲି

ସରବେ ତାକୁ ଆଦର ,

ତାପାଖେ ଧନୀ ଗରିବ ମାନେ 

ନୁହେଁ ବଇରୀ  କାହାର।

ଅରଟ ଧରି କାଟଇ ସୂତା

ଦେହର ନାହିଁ ତାର କୁରୂତା

ପିନ୍ଧଇ ଧୋତି ପରିକା ମୋତି

ବୁଲଇ ସାରା ଜଗତ,

ଅହିଂସା ନୀତି ପ୍ରଚାର କରେ 

ହୃଦୟ ଭରା ଦରଦ।

ଆମର ଦେଶ ଫିରିଙ୍ଗି ବାସ

ଶାସନ କଲେ ରହିଲୁ ଦାସ

ଅନଶନରେ ବସିଲେ ଆସି

ହିଂସା ବାଟରୁ ଓହରି,

ଜନତାଙ୍କର ଦାବିକୁ ନେଇ 

ଅହିଂସା ପଥେ ବାହାରି ।

ଭାରତ ସାରା ଗଲାଟି ଖେଳି 

ଲୋକ ମାନଙ୍କୁ କରିଲେ ମେଳି 

ହୋଇବା ଆମେ ସ୍ବାଧିନ,

ମାତିଲେ ଯେତେ ଜନ ନାୟକ

ସୁବାସ ବୀର ମହାନ।

ଛୁଆଁ ଅଛୁଆଁ ରଖିଲା ନାହିଁ

ଧରମ ଭେଦ ହଟାଏ ଧାଇଁ 

ବାପୁଜୀ ଙ୍କର ବାରତା

ମୁସଲମାନ ହିନ୍ଦୁ ଭାଈ

ଚାଲିବା ରଖି ଏକତା।

ଇଶ୍ଵର ଆଲ୍ଲା ଜଣଙ୍କ ନାମ

 ମଣିଷ ମାନେ ତାଙ୍କର ଦାନ 

ରାମ ରାଜ୍ୟର କଳ୍ପନା,

ବାପୁଙ୍କ ପରି ମହାନ୍ ସନ୍ଥ

ଫେରି ଆସନ୍ତୁ ଭାବନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational