Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ପୂଜିବି ଶିବ ଶଙ୍କର

ପୂଜିବି ଶିବ ଶଙ୍କର

1 min
7



ପାଳିବି ଜାଗର   ଜାଳିବି ଅଖଣ୍ଡ 

    ପୂଜିବି ଶିବ ଶଙ୍କର 

ପ୍ରକଟି ଅନ୍ତରେ  ମହାଦୀପ ଜ୍ଯୋତି

    ନାଶିବି ମୁଁ ଅନ୍ଧକାର ।


ଅନାଦି ଅନନ୍ତ    ତୁମେ ବ୍ରହ୍ମା ବିଷ୍ଣୁ

    ମହାଦେବ ମହେଶ୍ବର 

ତୁମେ ସତ୍ଯ ଶିବ   ଓଁକାର ପ୍ରଣବ

     ସୁନ୍ଦର ପରମେଶ୍ବର 

ଜନମ ମରଣେ   ତୁମେ ଗଙ୍ଗାଧର

    ଗତି ମୁକ୍ତି ଜୀବନର ।


ତୁମରି ଇଙ୍ଗିତେ   ହୁଏ ଆତଯାତ 

    ସତ୍ଯ ଧର୍ମ ସୂର୍ଯ୍ଯ ଚନ୍ଦ୍ର 

ମଙ୍ଗଳ କାରଣ   ତୁମେ ପରଂବ୍ରହ୍ମ 

    କର ସୃଜନ ପାଳନ 

ବାବା ନୀଳକଣ୍ଠ   ଶମ୍ଭୁ ଆଶୁତୋଷ 

    ପାନ କର ହଳାହଳ ।


ତୁମ ଶୁଭ ନାମ   ସ୍ମରୁ ମନପ୍ରାଣ 

     ଅବିରତ ଅନୁକ୍ଷଣ 

ଶିବ ସୁସଙ୍କଳ୍ପେ   ରହିଥାଉ ଲୟ

     ପ୍ରଚଳୁ ହୃଦ ସ୍ପନ୍ଦନ 

ଜାଗରଣେ ସ୍ବପ୍ନେ   ସ୍ବକର୍ତ୍ତବ୍ଯ କର୍ମେ

    ମହେଶ ଶକ୍ତି ସଞ୍ଚ।ର ।

        



Rate this content
Log in

Similar oriya poem from Inspirational