STORYMIRROR

Niranjan Mishra

Inspirational

3  

Niranjan Mishra

Inspirational

ଶୀତ ସକାଳ

ଶୀତ ସକାଳ

1 min
116


ଶୀତୁଆ ସକାଳ ଭାରି ବଢିଆ 

ଲାଗୁଅଛି ଟିକେ ଟିକେ ଶୀତୁଆ ।


ଦେହରେ ରଖିବା ଶୀତ ବସନ

ନିଆଁ ପୁଆଁଇବ ହେଉଛି ମନ ।


ଶିଶିର ପଡିଛି ଘାସ ଉପରେ

କି ଶୋଭା ଦିଶୁଛି ମୁକୁତା ହାରେ।


ବାସ ମହକାଏ ଗଙ୍ଗଶିଉଳି

ସୁରୁଜ ଉଇଁଲେ ମୁରୁଜ ଢାଳି ।


ପୂରୁବ ଆକାଶ ଦିଶେ କି ଶୋଭା

ହରଷ ଆଣିଲେ ରବି କି ଅବା ।


ଶୀତୁଆ ଖରାରେ ବସିବା ଆସ

ଶୀତ ଛାଡି ମନ ହେବ ଉଲ୍ଲାସ ।


ସୁଲୁ ସୁଲୁ ହୋଇ ବହୁଛି ବାଆ

ଧରଣୀ ହସୁଛି କି ସୁଖେ ଆହା ।


ପାଚିଲା ଧାନରେ ହସୁଛି କ୍ଷେତ

ଲକ୍ଷ୍ମୀନାରାୟଣୀ ବିଜେ କି ସତ ।


ଚାଷୀ ଭାଇ ମନ ହୁଏ ଉଚ୍ଚାଟ

ମନ ଆନନ୍ଦରେ କରୁଛି ନାଟ।


ଧାନ କଟା କଟି କରି ଆଣିବ

ବରଷକ ପାଇଁ ଖାଦ୍ୟ ସଞ୍ଚିବ।


ଶୀତୁଆ ସକାଳ ହୋଇଛି ବୋଲି 

କରମ ନକରି ବସନି ଖାଲି ।


ସକାଳୁ ସକାଳୁ ପକ୍ଷୀ କାକଳି

ଶୁଭୁଛି ଶବଦ ପଡେ ଉଛୁଳି ।


ମନ୍ଦିରେ ଶୁଭଇ ଘଣ୍ଟି ଶବଦ 

ମନଟି ଆମର ହୁଏ ଆନନ୍ଦ ।


କେବେ କେବେ ଯଦି ବରଷା ଆସେ

ଆହୁରି ଶୀତୁଆ କରି ଦିଏ ସେ ।


ଥଣ୍ଡା କାଶ କଫ ଦେବ ଏ ଶୀତ

ଶରୀରକୁ ଉଷ୍ଣ ରଖ ସତତ ।


ଶୀତୁଆ ସକାଳୁ ଶୀଘ୍ର ଉଠିବ 

ମାଣବସା ଗୁରୁବାର ଆସିବ ।


ଝୋଟି ପକାଇବ କରି ଯତନ

ପିଠାପଣା ପର୍ବ ଆସିଲା ଜାଣ।


ଆଗକୁ ଆସିବ ଶାମ୍ବ ଦଶମୀ

ସକାଳ ସ୍ନାହାନ ମାଘ ସପ୍ତମୀ ।


କୁହୁଡି ସକାଳୁ ଆସୁଛି ମାଡି 

ଖରା ଆସିଗଲେ ଯିବ ସେ ଛାଡି।


ଶୀତ ଆମ ମିତ ସକାଳ ତାର

ଶୀତ ଆଗମନ କଲା ପ୍ରଚାର ।



Rate this content
Log in

Similar oriya poem from Inspirational