Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Abstract Others Children

3  

Bharatabandhu Biswal

Abstract Others Children

ଶୀତ ସକାଳ

ଶୀତ ସକାଳ

1 min
300



ଶୀତ ସକାଳର   କଅଁଳିଆ ଖରା

     ଦିଶୁଅଛି ଚିକିମିକି

ହେମନ୍ତ କାକର   ହୀରକ ପରାଏ

   ପ୍ରକାଶୁଛି ନିଜ ଜ୍ୟୋତି ।

ଦିଶେ ଚଉଦିଗ    ପାଉ°ଶ ଧୂଷର

    ଆଚ୍ଛାଦେ ଘନ କୁହୁଡି

ବିଳମ୍ବେ ଉଠନ୍ତି   ବିଳାସୀ ଧନୀକ

    ତୂଳିତଳ୍ପ ଶଯ୍ୟା ଛାଡି ।

ଉଷୁମ କମ୍ବଳ   ଗରମ ପୋଷାକ

     ଶୀତ ସକାଳର ବନ୍ଧୁ

ପ୍ରଶମନ କରେ   ଶୀତର ପ୍ରକୋପ

    ଯତନରେ ଆମେ ପିନ୍ଧୁ ।

ଲାଗଇ ଚନ୍ଦନ    ସୂରୁଜ କିରଣ

    ଚାହା ଓ ଗରମ କଫି

ନଡା କୁଟା ଜାଳି  ଗାଆଁ ମଫସଲେ

    ନିଆଁରେ ହୁଅନ୍ତି ସେକି ।

ବାଡି ବଗିଚାରେ   ଫୁଟଇ ଗୋଲାପ

   ନାନାରଙ୍ଗ ପୁଷ୍ପ ମେଳା

ମିଳେ ଭରପୂର    ସବୁଜ ପରିବା

    ବଣଭୋଜି ବଡ଼ ମଜା ।

ଶୀତର ସକାଳ    ଆମୋଦଦାୟକ

     ରୋଗଦାଉ ବିନାଶକ

ଶୀତର ସକାଳ    ଖେଳାଉ ହରଷ

     ଜଣାଉଛି ସୁପ୍ରଭାତ ।


Rate this content
Log in

Similar oriya poem from Abstract