STORYMIRROR

Mr.GAGAN BIHARI NAYAK

Classics

2  

Mr.GAGAN BIHARI NAYAK

Classics

ଶୀତ ସକାଳ

ଶୀତ ସକାଳ

1 min
290

ଶୀତ ସକାଳ ଲାଗେ ଅତି ଆପଣାର

ସବୁଜ ଗାଲିଚା ପରେ ଭିଜା କାକର


ଡାକୁଥାଏ ଡାଳେ ପିକ,

ମନରୁ ହରେ ସଂତାପ

ସୁନାଝରା ଖରା ତାର,

ଦେହକୁ ବଡ ହିତ


ପାହାଡର ଚୂଡାଛୁଇଁ,

ସୁରୁଜ ଆସନ୍ତି ଉଇଁ

ବନାନୀର ଆରପାରେ

ସବୁଜିମା କ୍ଷେତ ଭୂଇଁ


ଶୀତ ଦେହ ଖୋଜୁଥାଏ,

ଟିକେ ଖରା ଟିକେ ଛାଈ

ଦୂରେ କାହିଁ ଦେଖାଦିଏ

ଦି'ଧାଡିଆ ଗାଁଆଁ ଟିଏ


ସାପ ଭଳି ଲମ୍ବିଥାଏ,

ତା'ପାଖରେ ନଈଟିଏ

ଶଗଡିଆ ଚାଲିଥାଏ,

ଦଣ୍ଡନାଚ ଗକତ ଗାଇ


ବଳଦ ବେକ ଘୁଙ୍ଗୁର

ବାଜୁଥାଏ ତାଳ ଦେଇ

ସୁନାକ୍ଷେତ ହସୁଥାଏ

ଚାଷୀଭାଈ ଖୁସୀ ହୁଏ


ଗାଁ' ଫୁଲ ବଗିଚାରେ

ଶୀତ ଲୁଚକାଳି ଖେଳେ

କିଏ ଫୁଲ ତୋଳୁଥାଏ

କିଏ ନିଆଁ ପୋଉ ଥାଏ


ଶୀତ ଥୁରୁଥୁରୁ ହାତେ

ଧାନ କେଣ୍ଡା ହସୁଥାଏ

ପ୍ରକୃତିର ଋତୁ ଚକ୍ରେ

ଧରଣୀ ବଦଳୁ ଥାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics