ଶୀତ ସକାଳ
ଶୀତ ସକାଳ
ଶୀତୁଆ ସକାଳ
ଅତୀବ କୋମଳ
ପୁଲକ ଆଣେ ହୃଦରେ ।
କଅଁଳିଆ ଖରା
ଛୁଏଁ ତନ ମନ
ଭରିଯାଏ ପୁଲକରେ ।।
କବିର କବିତା
ଆଙ୍କିଦିଏ ଛବି
ଶୀତୁଆ ସକାଳ ସାଥେ ।
କଲମର ମୁନ
ଗାଇଯାଏ ଗୀତ
ବିରହ ପ୍ରେମର ପଥେ ।।
ଛାତି ଥର ଥର
ଶୀତର ଆସରେ
କୃଷକ ଯାଏଟି ବିଲ ।
ବରଷକ ଶ୍ରମ
ଫଳ ପାଇବାକୁ
ମନଟା ତାର ବ୍ୟାକୁଳବ୍ୟାକୁଳ ।।
ଶିଶିରର ବିନ୍ଦୁ
ଧରଣୀ ରାଣୀର
ଚାରିଆଡ଼େ ଶୋଭା ପାଏ ।
ଶୀତଳ ପବନ
ମୋହି ନେଇ ମନ
ହୃଦୟର ଗୀତ ଗାଏ ।।
ସବୁଜ ପରିବା
ଉପବନେ ପୂରି
ଦିଶୁଥାଏ ମନୋହର ।
ଗେଣ୍ଡୁ ସେବତୀର
ଫୁଲର ପସରା
ଆଖିକୁ ଦିଶେ ସୁନ୍ଦର ।।
ଶୀତୁଆ ସକାଳ
ଭାରି ନିରୀମଳ
ସୁସ୍ଥ ଲାଗେ ପରିବେଶ ।
ସକାଳୁ ସକାଳୁ
ଚାଲିବାରେ ମିଳେ
ମନ ପ୍ରଫୁଲ୍ଲ ସରସ ।।
