STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଶୀତ ସକାଳ

ଶୀତ ସକାଳ

1 min
373

କୁହୁଡି ଚାଦର  ଆବରଣ ତଳେ 

ଧରଣୀ ରାଣୀ

ନୀଳାଭ ଦୁକୁଳ  ଲୁଚାଇ ପାଣ୍ଡୁର 

ପ୍ରାୟେ ଅବନୀ


ଶିଶିର ପତନେ  ସାଙ୍କୁଡି ଯାଇଛି 

ଅବା ଶ୍ରୀଅଙ୍ଗ

ଶୀତ ସକାଳରେ  ପ୍ରକୃତିର ରଙ୍ଗ 

ଦିଶେ ବିଭଙ୍ଗ


କୋହଲା ପବନ  ମେରୁ ପରବତୁ 

ଲହରୀ ଆସେ

ପ୍ରଥମ ସୂରୁଯ   ସ୍ଵର୍ଣ୍ଣାଭ କିରଣ 

ଅଦୂରୁ ଦିଶେ


ସେ ରଶ୍ମୀ କୁହୁଡି  ଭେଦକରି ଆସି  

ପ୍ରତିଫଳିତ

• ହୁଅଇ ଶିକରେ   ନବ ଦୁର୍ବାଦଳେ     

ହୋଇ ପତିତ


ପ୍ରତୀତ ହୁଅଇ  ସତେ ବସୁନ୍ଧରା

ମୁକୁତା ହାର

ଗଳାରେ ଲମ୍ଵାଇ ପ୍ରସଧନ ହୋଇ

ହୁଏ ବାହାର


ଏମନ୍ତେ ପ୍ରକାରେ  ପ୍ରାକୃତିକ ଚିତ୍ର

ଶୀତ ସକାଳେ

ଦେଖ ପୁରପଲ୍ଲୀ  ଦିଶଇ କିପରି

ତା ପ୍ରଭାବରେ


ଠାବେ ଠାବେ ନିଆଁ  ଜାଳିଦେଇ ଦଳେ

ବୃଦ୍ଧ, ବାଳୁତ

ଘେରିରହି,କିଏ  ଶୀତୁଆ ସକାଳେ   

ଗାଉଛି ଗୀତ


ବାରି ବଗିଚା ରେ  ସେବତୀ,ଜିନିଆ

ମଣ୍ଡା ଫୁଲର

ମହକେ ମହକି   ଯାଉଅଛି ଏଇ

ଶୀତ ସକାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract