STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ଶୀତ ସକାଳ

ଶୀତ ସକାଳ

1 min
170

ଶୀତୁଆ ସକାଳ ହୋଇଗଲା କାଳ

ଶେଜ ଛାଡିବାକୁ ଇଚ୍ଛା ତ ନାହିଁ ,

ମହାଲକ୍ଷ୍ମୀ ପୂଜା ମୋ ପାଇଁକି ସଜା

ଶାଶୁ ମୋର ଜମା ଛାଡିବେ ନାହିଁ

ସକାଳୁ ସକାଳୁ ଛାଡିବେ ଯେ ରଡି

ଉଠିଲୁ ବୋହୂ ମା ,ପୂଜା କରିବା,

ଗରମ ପାଣି ବି ସଜାଡି କି ରଖେ

ସ୍ନାନସାରି ଆସି ପିଠାକରିବା

ପତିଦେବ ମୋର କରିବେ ତାଗିଦ

ସକାଳୁ ଉଠନି ମୋତେ ଛାଡିକି ,

ଏଥିପାଇଁ କ'ଣ ନେଇ ଆସିଥିଲି

ମଥାରେ ସିନ୍ଦୂର ସଜେଇକି

ମାଆ ଓ ପୁଅକୁ ନେଇକି ମଣିଷ

କି ଅସୁବିଧାରେ ସେ ତ ପଡିଲା,

ସଦାବେଳେ ଖାଲି ମନେଇ ମନେଇ

ଦୁହିଁଙ୍କୁ ନେଇ ସଂସାର ଗଢିଲା

ସତରେ ତ ଭାଇ ଶୀତ ସକାଳ ଟା

ଲାଗୁଛି ଅଡୁଆ ସୂତାର ଖିଅ,

ବୁଢାବୁଢୀ ପାଇଁ ହୋଇଯିବ କାଳ

ଯୋଗାଡି କମ୍ବଳ ନେଇକି ଦିଅ

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract